ଜମିବାଡ଼ି ବିବାଦକୁ କେନ୍ଦ୍ରକରି ମହିଳାଙ୍କୁ ହତ୍ୟା

ସାନଖେମୁଣ୍ଡି : ମହିଳାଙ୍କୁ ବୀଭତ୍ସ ହତ୍ୟା । ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଥାନା ଅଞ୍ଚଳରେ ଘଟିଛି ଏଭଳି ଅଭାବନୀୟ ଘଟଣା । ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ତଦନ୍ତ ଆରମ୍ଭ କରିଛି । ସୂଚନାଯୋଗ୍ୟ ଯେ, ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଥାନା ମହୁଡା ନୂଆ ସାହିରେ ମହିଳାଙ୍କୁ ବୀଭତ୍ସ ହତ୍ୟା ହୋଇଛି । ମୃତ ମହିଳା ଜଣଙ୍କ ହେଉଛନ୍ତି ବିଜୟଲକ୍ଷ୍ମୀ ମହାନ୍ତି । ଜମିବାଡ଼ି ବିବାଦକୁ ନେଇ ପଡିଶାଲୋକଙ୍କ ସହ ଗଣ୍ଡଗୋଳ ହୋଇଥିଲା । ପରେ ମହିଳାଙ୍କୁ ସଂଗବଦ୍ଧ ଆକ୍ରମଣ ପରେ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି । ଦିଗପହଣ୍ଡି ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଶବ ଜବତ କରି ତଦନ୍ତ ଆରମ୍ଭ କରିଛି ।

Leave a Reply

Your email address will not be published. Required fields are marked *