ପଞ୍ଚାୟତ ନିର୍ବାଚନରେ ୧୮ କୋଟିର ନିଶା ସାମଗ୍ରୀ ଜବତ ହେବା ସହ ୫୮୮୬ ଗିରଫ

କଟକ : ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ଜାନୁଆରୀ ୧୧ ରୁ ଫେବୃଆରୀ ୨୪ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ ଅବକାରୀ ବିଭାଗ ପକ୍ଷରୁ ଚଢଉ କରାଯାଇ ବିପୁଳ ପରିମାଣର ନିଶା ସାମଗ୍ରୀ ଜବତ କରାଯାଇଛି । ଏହି ସମୟ ମଧ୍ୟରେ ଅବକାରୀ ବିଭାଗ ପକ୍ଷରୁ ମୋଟ ୬୮୧୮ଟି ମାମଲା ରୁଜୁ ହୋଇଥିବା ବେଳେ, ୫୮୮୬ ଜଣ ଅଭିଯୁକ୍ତ ଗିରଫ ହୋଇଛନ୍ତି । ପଞ୍ଚାୟତ ନିର୍ବାଚନରେ ରାଜ୍ୟର ବହୁ ସ୍ଥାନରେ ଅବକାରୀ ବିଭାଗ ପକ୍ଷରୁ ଚଢଉ କରାଯାଇ ୧ ଲକ୍ଷ ୭୭ ହଜାର ୬୨୫ ଲିଟର ବିଦେଶୀ ମଦ ଜବତ କରାଯାଇଥିବା ବେଳେ, ୧ ଲକ୍ଷ ୯୪ ହଜାର ୮୭୮ ଲିଟର ଦେଶୀ ମଦ ଓ ମଦ ପ୍ରସ୍ତୁତ କାରି ସାମଗ୍ରୀ ଜବତ ହୋଇଛି । ଏଥିସହ ୫୦୦୦ କିଲୋ ଗଞ୍ଜେଇ ଓ ୯୩୦ ଗ୍ରାମ ଧଳାଜହର ଜବତ କରାଯାଇଛି । ୨୬୬୩ ଲିଟର ନକଲି ମଦ ଓ ୩୩୨ ଲିଟି ସ୍ପିରିଟ ଜବତ କରାଯାଇଛି । ଏହି ବେଆଇନ୍‌ କାରବାରରେ ମୋଟ ୫୮୮୬ ଜଣଙ୍କୁ ଗିରଫ କରାଯାଇଛି । ୨୭୬ଟି ବାଇକ୍‌ ଓ କାର ଜବତ ହୋଇଛି ।

ଜାନୁଆରୀ ଓ ଫେବୃଆରୀରେ ୧୮ କୋଟି ଟଙ୍କାରୁ ଊର୍ଦ୍ଧ୍ବ ମୂଲ୍ୟର ନିଶା ସାମଗ୍ରୀ ଜବତ କରାଯାଇଥିବା ଅବକାରୀ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଏହି ସମୟ ମଧ୍ୟରେ କେତେକ ସ୍ଥାନରୁ ବିପୁଳ ପରିମାଣର ନିଶା ସାମଗ୍ରୀ ଜବତ ହୋଇଛି । ଫେବୃଆରୀ ୨୪ ରେ ମଙ୍ଗୁଳି ଛକ ନିକଟରୁ ଏକ ପିକ୍‌ ଅପ ଭ୍ୟାନ୍‌ରୁ ୧୦୨ କିଲୋ ଗଞ୍ଜେଇ ଜବତ କରାଯାଇଥିଲା । ୨୩ ତାରିଖରେ ଭୁବନେଶ୍ବରରୁ ୧୩୨ ଗ୍ରାମ ଧଳାଜହର, ରାଜ୍ୟର ବିଭିନ୍ନ ସ୍ଥାନରୁ ୨୨୦ ଲିଟର ନକଲି ମଦ ଓ ୩୭ କିଲୋ ଗଞ୍ଜେଇ ଜବତ ହୋଇଥିଲା । ୧୭ ତାରିଖରେ ବ୍ରହ୍ମପୁର ଓ ଭଦ୍ରକରୁ ନକିଲି ମଦ ଜବତ ହୋଇଥିବା ବେଳେ, ୧୦ ରେ ବାଲେଶ୍ବରରୁ ଏକ ପିକ୍‌ ଅପ୍‌ ଭ୍ୟାନ୍‌ ଭିତରୁ ୧୨୦୦ ଲିଟର ବିଦେଶୀ ମଦ ଜବତ ହୋଇଥିଲା । ଫେବୃଆରୀ ୬ ରେ ନୟାଗଡ, ବ୍ରହ୍ପପୁର, କଟକ ଓ ଅନୁଗୋଳରୁ ବିପୁଳ ପରିମାଣର ବିଦେଶୀ, ଅପମିଶ୍ରିତ ମଦ ସାଙ୍ଗକୁ ମଦ ପ୍ରସ୍ତୁତକାରୀ ସାରଞ୍ଜାମ ଜବତ ହୋଇଥିଲା । ଫେବୃଆରୀ ୩ ରେ ଭଦ୍ରକ, ବରଗଡ,​‌ ବ୍ରହ୍ପପୁର, ଯାଜପୁର ଅଞ୍ଚଳରେ ଅବକାରୀ ବିଭାଗ ପକ୍ଷରୁ ଚଢଉ କରାଯାଇ ମଦ ଓ ଅନ୍ୟାନ୍ୟ ନିଶା ସାମଗ୍ରୀ ଜବତ ହୋଇଥିଲା । ଜାନୁଆରୀ ତା୩୦, ୨୩ ଓ ୧୭ଖ ରେ ମଧ୍ୟ ପ୍ରାୟ ୫୦ ଲକ୍ଷରୁ ଅଧିକ ମୂଲ୍ୟର ନିଶା ସାମଗ୍ରୀ ଜବତ ହୋଇଥିଲା ।

Leave a Reply

Your email address will not be published. Required fields are marked *