ମହାଶିବରାତ୍ରି ପାଇଁ ରାଜ୍ୟ ସରକାରଙ୍କ ତରଫରୁ କରୋନା କଟକଣା କଡ଼ାକଡ଼ି

ଭୁବନେଶ୍ୱର : ରାଜ୍ୟରେ କରୋନା ସଂକ୍ରମଣ କମିଥିଲେ ବି ମହାଶିବରାତ୍ରି ପାଇଁ ରାଜ୍ୟ ସରକାର କରୋନା କଟକଣା କଡ଼ାକଡ଼ି କରିଛନ୍ତି । ମାର୍ଚ୍ଚ ୧ ତାରିଖରେ ମହାଶିବରାତ୍ରି ପାଳନ ହେବ । ଏହାକୁ ଦୃଷ୍ଟିରେ ରଖି ଶନିବାର ସ୍ୱତନ୍ତ୍ର ରିଲିଫ ଆୟୁକ୍ତଙ୍କ କାର୍ଯ୍ୟାଳୟ ପକ୍ଷରୁ ଏ ସମ୍ପର୍କିତ ମାର୍ଗଦର୍ଶିକା ଜାରି କରାଯାଇଛି । ନୂତନ ମାର୍ଗଦର୍ଶିକାରେ ମନ୍ଦିରରେ ଶ୍ରଦ୍ଧାଳୁଙ୍କ ଗହଳି ଉପରେ ଜିଲାପାଳ ଓ ମ୍ୟୁନିସିପାଲିଟି ଆୟୁକ୍ତ ଦୃଷ୍ଟି ରଖିବାକୁ କୁହାଯାଇଛି । ମନ୍ଦିର ଭିତରେ ଓ ବାହାରେ ଯେଭଳି ଅଯଥା ଭିଡ଼ ନ ହେବ, ଏହା ସହିତ କୌଣସି ମେଳା ନ ହୁଏ ସେ ବାବଦରେ ପଦକ୍ଷେପ ନେବେ । ମନ୍ଦିରକୁ ଯାଉଥିବା ଶ୍ରଦ୍ଧାଳୁ କରୋନାର ସମସ୍ତ ନିୟମାବଳୀ ପାଳନ ପୂର୍ବକ ଯେପରି ତୁଣ୍ଡି ପିନ୍ଧିବା ସହ ହାତ ଧୋଇବା ଓ ସାମାଜିକ ଦୂରତା ରକ୍ଷା କରିବେ ସେ ଦିଗରେ ଦୃଷ୍ଟି ଦେବାକୁ କୁହାଯାଇଛି ।

Leave a Reply

Your email address will not be published. Required fields are marked *