ଲୁଟ୍ ପରେ ଏଟିଏମ ଜାଳିଦେଲେ ଲୁଟେରା

ବାଲେଶ୍ୱର : ଲୁଟ୍ ପରେ ଏଟିଏମ ଜାଳିଦେଲେ ଲୁଟେରା । ବାଲେଶ୍ୱର ଜିଲ୍ଲା ବସ୍ତା ଥାନା ଏନଏଚ-୬୦ ରାଜଘାଟ ଠାରେ ଏକ ଘରୋଇ ଏଟିଏମ ରୁ ବିଳମ୍ବିତ ରାତିରେ ଲୁଟ ହୋଇଛି । ୮୦ ହଜାର ରୁ ଅଧିକ ଟଙ୍କା ଲୁଟ ହୋଇଥିବା ସୂଚନା ମିଳିଛି । ଲୁଟ୍ ପରେ ଏଟିଏମ କୁ ଜାଳି ଦେଇଛନ୍ତି ଲୁଟେରା । ଅଗ୍ନିଶମ ବିଭାଗ ନିଆଁକୁ ଆୟତ୍ତ କରିବା ପରେ ବସ୍ତା ପୋଲିସ ତଦନ୍ତ ଆରମ୍ଭ କରିଛି । ତେବେ ଘଟଣାସ୍ଥଳରେ ଗ୍ୟାସ୍ ସିଲିଣ୍ଡର, କଟରକୁ ପୋଲିସ ଜବତ କରିଛି ।

Leave a Reply

Your email address will not be published. Required fields are marked *