କେନ୍ଦୁଝର : ନିଖୋଜ ବାଳକକୁ ବଳି ଦିଆଯାଇଥିବା ସନ୍ଦେହରେ ଭଙ୍ଗାରୁଜା ସହ ଠିକା ସଂସ୍ଥାରେ ପୋଡାଜଳା । କେନ୍ଦୁଝର ଆନନ୍ଦପୁର ଉପଖଣ୍ଡ ସୋସୋ ଥାନା ବିଦ୍ୟାଧରପୁର ନିକଟ ଖଣିବଜାର ସାହିର ଜଣେ ୭ ବର୍ଷର ନିଖୋଜ ବାଳକକୁ ବଳି ଦିଆଯାଇଥିବା ସଂନ୍ଦେହ କରାଯାଉଛି ।
ଗତ ବୁଧବାର ଠାରୁ ନିଖୋଜ ରହିଥିଲା ଗାଁ’ର ସ୍ୱର୍ଗତ ବିଜୟ ପୁର୍ତିଙ୍କ ୭ ବର୍ଷର ପୁଅ ଦିବାକର । ଅନେକ ଖୋଜା ଖୋଜି କଲେ ମଧ୍ୟ ଏପର୍ଯ୍ୟନ୍ତ ତାର କୌଣସି ସଂନ୍ଧାନ ମିଳିପାରି ନାହିଁ । ଗତକାଲି ସଂନ୍ଧ୍ୟାରେ ସ୍ଥାନୀୟ ଏକ ଇଂରାଜୀ ମାଧ୍ୟମ ସ୍କୁଲରୁ ସଂପୃକ୍ତ ବାଳକର ପିନ୍ଧା ସାର୍ଟ ମିଳିଥିଲା । ହେଲେ ପିଲାର କୌଣସି ସନ୍ଧାନ ମିଳିନଥିଲା । ସେହି ସ୍ଥାନରେ ମଧ୍ୟ ଏକ ଘରୋଇ କମ୍ପାନୀ କେନାଲ କାମ କରୁଥିବାରୁ ବାଳକଟିକୁ ଠିକା ସଂସ୍ଥା ଦ୍ବାରା ବଳି ଦିଆଯାଇଥିବା ସନ୍ଦେହ କରାଯାଇଥିଲା ।
ଗତ ରାତିରେ ଶତାଧିକ ଗ୍ରାମବାସୀ ସଂପୃକ୍ତ ସ୍କୁଲରେ ବ୍ୟାପକ ଭଙ୍ଗାରୁଜା କରିବା ସହ ଠିକା ସଂସ୍ଥାର ଏକ ମେସିନ୍ ରେ ନିଆଁ ଲଗାଇଥିଲେ । ପରେ ପୋଲିସ୍ ପହଁଞ୍ଚି ବୁଝାସୁଝା କରିବାରୁ ପରିସ୍ଥିତି ନିୟନ୍ତ୍ରଣକୁ ଆସିଥିଲେ ମଧ୍ୟ ଗ୍ରାମରେ ଚାପା ଉତ୍ତେଜନା ଲାଗି ରହିଛି । ନାବାଳକ ନିରୋଜ ସମ୍ପର୍କରେ ଅଭିଯୋଗ ପରେ ପୋଲିସ୍ ବିଭିନ୍ନ ସ୍ଥାନରେ ସଂନ୍ଧାନ ଆରମ୍ଭ କରିଛି । ହେଲେ ବଳି ସନ୍ଦେହକୁ ଗ୍ରହଣ କରି ନାହାଁନ୍ତି ସୋସ ଥାନା ଅଧିକାରୀ ।
