ତେନ୍ତୁଳିଖୁଣ୍ଟି : ୟୁକ୍ରେନ ଓ ରୁଷିଆ ମଧ୍ୟରେ ଯୁଦ୍ଧ ଆରମ୍ଭ ହୋଇଯାଇଥିବା ବେଳେ, ଏହା ଭୟଙ୍କର ଦିଗକୁ ଗତି କରୁଛି । ଏହି ସମୟରେ ତେନ୍ତୁଳିଖୁଣ୍ଟି ବାସୀଙ୍କ ପାଇଁ ଆସିଛି ଚିନ୍ତାଜନକ ଖବର । ୟୁକ୍ରେନରେ ଫସି ରହିଥିବା ଭାରତୀୟଙ୍କ ମଧ୍ୟରୁ ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ବ୍ଲକ ଅଞ୍ଚଳଗୁମାର ଜଣେ ଡାକ୍ତରୀ ଛାତ୍ର ମଧ୍ୟ ଫସି ରହିଥିବା ସୂଚନା ମିଳିଛି । ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ବ୍ଲକ ଅନ୍ତର୍ଗତ ଅଞ୍ଚଳଗୁମା ଗ୍ରାମର ସୁବାସ ସାହୁଙ୍କ ଏକମାତ୍ର ପୁତ୍ର ସୌରଭ ସାହୁ : ୟୁକ୍ରେନର ଏକ ସହରରେ ଫସି ରହିଥିବା ଜଣାପଡିଛି । ସୌରଭ ଡାକ୍ତରୀ ପାଠ୍ୟକ୍ରମ ପାଇଁ ୟୁକ୍ରେନ ଯାଇଥିବା ବେଳେ ବର୍ତ୍ତମାନ ଏହା ତାଙ୍କ ପାଠ୍ୟକ୍ରମର ଶେଷ ବର୍ଷ ଥିଲା । ରୁଷିଆ, ୟୁକ୍ରେନ ମଧ୍ୟରେ ବିବାଦ ଚରମ ସୀମାରେ ପହଞ୍ଚିବା ଫଳରେ ସେ ସ୍ବଦେଶ ପ୍ରତ୍ୟାବର୍ତ୍ତନ କରିବା ନେଇ ଏବେ ସନ୍ଦେହ ଉପୁଜିଛି । ସେ ସୁରକ୍ଷିତ ଭାବେ ପ୍ରତ୍ୟାବର୍ତ୍ତନ ନେଇ ଭାରତୀୟ ଦୂତାବାସ ସହ ଯୋଗାଯୋଗରେ ରହିଥିବା ସୂଚନା ମିଳିଛି ।
