ମଦ ଚଢଉ ପାଇଁ ଯିବା ସମୟରେ ପିଡିିଏସ ଚାଉଳ ଜବତ

ବଲାଙ୍ଗୀର : ବଲାଙ୍ଗୀର ଜିଲ୍ଲା ଟିଟିଲାଗଡରେ ଶୁକ୍ରବାର ପ୍ରଶାସନର ଅଚାନକ ଚଢଉ ସମୟରେ ବିପୁଳ ପତିମାଣର ବେଆଇନ ଗଚ୍ଛିତ ଥିବା ପିଡିିଏସ ଚାଉଳ ଜବତ ହୋଇଛି । ଉପଜିଲ୍ଲାପାଳଙ୍କ ନିର୍ଦେଶ କ୍ରମେ ଯୋଗାଣ ବିଭାଗ, ଅବକାରୀ ବିଭାଗ ଓ ପୁଲିସ ମିଳିତ ଭାବେ ଟିଟିଲାଗଡ ହସପିଟାଲ ପଛପଟ ଅଂଚଳର ଏକ ଘରେ ଚଢଉ କରିଥିଲେ । ଗରିବ ପରିବାରର ଏକ ଘରୁ ୧୫୦ ବସ୍ତା ଚାଉଳ ଓ କିଛି ଗହମ ବସ୍ତା ବାହାରିଥିଲା । ଘର କାହାର, କଉଁଠୁ ଚାଉଳ ଆଣି ଘରେ କିଏ ରଖିଥିଲା କିଛି ଜଣାପଡିନଥିଲା । ଫଳରେ ପ୍ରଶାସନ ସବୁକୁ ଜବତ କରିଛି । ପିଡିଏସ ଚାଉଳ ଓ ଗହମ ବୋଲି ଜଣାପଡିଛି । ପ୍ରଶାସନ ପକ୍ଷରୁ ତଦନ୍ତ ଚାଲିଛି ବୋଲି କୁହାଯାଇଛି । ମଦ ଚଢଉ ପାଇଁ ଯିବା ସମୟରେ ଚାଉଳ ଧରାପଡିଛି ବୋଲି ଚର୍ଚ୍ଚା ହେଉଛି ।

Leave a Reply

Your email address will not be published. Required fields are marked *