ସରକାଙ୍କ ଦ୍ୱରା ଉଚ୍ଚ ବିଦ୍ୟାଳୟରେ ସ୍ମାର୍ଟ କାର୍ଡ ବଣ୍ଟନ

ତେନ୍ତୁଳିଖୁଣ୍ଟି : ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ବ୍ଲକ୍ ଅଞ୍ଚଳଗୁମା ପଞ୍ଚାୟତ ଠାରେ ସ୍ମାର୍ଟ କାର୍ଡ଼ ବଣ୍ଟନ । ବିଜୁ ଜନତା ଦଳର ଶ୍ରୀଯୁକ୍ତ ପ୍ରଭାତ ଅଦିତ୍ୟ ମିଶ୍ର ଓ ୫ ଟି ସଚିବ ତରଫରୁ ଅଞ୍ଚଳଗୁମା ଉଚ୍ଚ ବିଦ୍ୟାଳୟ ଠାରେ ସ୍ମାର୍ଟ କାର୍ଡ଼ ବଣ୍ଟନ କରାଯାଇଛି । ବଣ୍ଟନ ଆୟୋଜନରେ ଯୋଗଦେଇଥିଲେ ସୁବାଷ ଗରଡା , ରଞ୍ଜନ ଖୁରା, ପ୍ରଭାତି କନ୍ଧ. ବ୍ଲକ୍ ଚେୟାରମେନ୍ ଶ୍ରୀମତୀ ଦେବକି ମାଝି, ଅଞ୍ଚଳଗୁମା ପଞ୍ଚାୟତର ସରପଞ୍ଚ ଶ୍ରୀଯୁକ୍ତ ସୂର୍ଯ୍ୟ ରନ୍ଦାରି, ଜିଲ୍ଲା ଯୁବ ସଭାପତି ବାବୁନି ନାୟକ ପ୍ରମୁଖ ଯୋଗଦେଇ ସ୍ମାର୍ଟ କାର୍ଡ଼ ବଣ୍ଟନ କ୍ରାର୍ଯ୍ୟକ୍ରମକୁ ଆଗକୁ ନେଇଥିଲେ ଏବଂ ସ୍ମାର୍ଟ କାର୍ଡର ଉପକରିତା ବିଷୟରେ କିଛି ବୁଝାଇଥିଲେ ଯେ, ସ୍ମାର୍ଟ କାର୍ଡ଼ କେଉଁଠି ବି କାମ କରିବ ଓ ଆପଣମାନେ ଯେକୌଣସି ଜାଗାରେ ତା’ର ଲାଭ ନେଇପରିବେ । ଲାଭ କେମିତି ନେବେ ସେ କଥା ବି କହିଥିଲେ, ଯେ ଆପଣମାନେ ଯଦି କଉ ସହରକୁ ଯାଇଛନ୍ତି ଏବଂ ଆପଣ ସେଠାରେ କୌଣସି ରୋଗରେ ପିଡିତ ହେବେ ଓ ଆପଣଙ୍କ ପାଖରେ ଆପଣଙ୍କ ସ୍ମାର୍ଟ କାର୍ଡ଼୍ ନାହିଁ ତ ଆପଣମାନେ କେମିତି ତା’ର ବ୍ୟବହାର କରିବେ ?  ଚିନ୍ତାକରନ୍ତୁ ନାହିଁ କାରଣ ସ୍ମାର୍ଟ କାର୍ଡ଼ର ନମ୍ବର ଦ୍ୱାରା ବି ଆପଣମାନେ ଚିକିତ୍ସିତ ହେଇପାରିବେ । ଏହିପରି ଭାବରେ ସ୍ମାର୍ଟ କାର୍ଡର ଉକାରିତାକୁ ବୁଝାଇଥିଲେ ଓ ସ୍ମାର୍ଟ କାର୍ଡ଼୍ ବଣ୍ଟନ କରି ସଭାକୁ ସୁରୁଖୁରୁରେ ସମାପ୍ତ କରିଥିଲେ ।

Leave a Reply

Your email address will not be published. Required fields are marked *