ବଣାଇ : ସୁନ୍ଦରଗଡ଼ ଜିଲ୍ଲା ବଣାଇ ସଵଡିଭିଜନ ଅନ୍ତର୍ଗତ ଖଣି ପ୍ରଭାବିତ ବ୍ଲକ୍, କୋଇଡା , ଏବଂ ଗୁରୁଣ୍ଡିଆ ବ୍ଲକର ଦୁର୍ଗମ ଅଞ୍ଚଳରେ ବସବାସ କରୁଥିବା ଲୋକଙ୍କ ସୁବିଧା ପାଇଁ ଜିଲ୍ଲା ପ୍ରଶାସନ ତରଫରୁ ବାଇକ୍ ଆମ୍ବୁଲାନ୍ସ ସେବା (ସ୍ୱାସ୍ଥ୍ୟ ରକ୍ଷକ) ର ବ୍ୟବସ୍ଥା କରାଯାଇଛି । ଏହାଦ୍ବାରା ଯେଉଁ ଅଞ୍ଚଳକୁ ବଡ଼ ଗାଡ଼ି, କିମ୍ବା ସାଧାରଣ ଆମ୍ବୁଲାନ୍ସ ପହଞ୍ଚି ପାରୁନାହିଁ, ସେ ସବୁ ସ୍ଥାନରୁ ଗୁରୁତର ରୋଗୀ, ଗର୍ଭବତୀ ମହିଳାମାନଙ୍କୁ ଗାଁ ରୁ ଡାକ୍ତରଖାନା ନେବା ଆଣିବା କରିବାରେ ଏହା ବିଶେଷ ସହାୟକ ହେବ । ବର୍ତ୍ତମାନ ଜିଲ୍ଲା ଖଣିଜ ପାଣ୍ଠିରୁ ତିନୋଟି ବ୍ଲକ ପାଇଁ ଏହି ପରି ୯ ଗୋଟି ଆମ୍ବୁଲାନ୍ସ କାର୍ଯ୍ୟରତ ଥିବାବେଳେ ସମସ୍ତ ଲୋକଙ୍କୁ ଏହାର ସୁଯୋଗ ନେବା ପାଇଁ ଜିଲ୍ଲା ପ୍ରଶାସନ ତରଫରୁ ପରାମର୍ଶ ଦିଆଯାଉଛି । ଫଳରେ ବଣ ପାହାଡ ଘେରା ଅଞ୍ଚଳର ଲୋକମାନଙ୍କ ପାଇଁ ବାଇକ୍ ଆମ୍ବୁଲାନ୍ସ ସେବା ବରଦାନ ପାଲଟିବ ବୋଲି ଜଣାପଡିଛି ।
