ଭୁବନେଶ୍ବର : ବିଭିନ୍ନ ମାମଲାରେ ୩ ଜଣ ଫେରାର ଅଭିଯୁକ୍ତଙ୍କ ସଂପର୍କରେ ସୂଚନା ଦେବା ପାଇଁ କ୍ରାଇମବ୍ରାଞ୍ଚ ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଛି । ଏମାନଙ୍କ ବିଷୟରେ ଯିଏ ସୂଚନା ଦେବେ, ତାଙ୍କୁ ପୁରସ୍କାର ଦେବା ସହ ତାଙ୍କ ନାମ ଗୋପନ ରଖାଯିବ ବୋଲି ଏଥିରେ କୁହାଯାଇଛି । ଏହି ତିନି ଫେରାର ଅଭିଯୁକ୍ତ ହେଲେ ଚିଟଫଣ୍ଡ ମାମଲାରେ ଫସିଥିବା ତ୍ରିବେଣୀ ମହାନ୍ତି ଓ ଆଦିତ୍ୟ ଦାସ ଏବଂ ଠକେଇ ମାମଲା ଥିବା ଜ୍ୟୋତିରଞ୍ଜନ ବେଉରା ଓରଫ ଗୋଲଡେନ୍ ବାବା । ଏହି ତିନିଜଣଙ୍କୁ ୱାଣ୍ଟେଡ ବୋଲି କ୍ରାଇମବ୍ରାଞ୍ଚ ଦର୍ଶାଇଛି ।
