ମମିତା ମେହେର ଘଟଣାକୁ ନେଇ ରାଜ୍ୟ ସରଗରମ

ଭୁବନେଶ୍ୱର : ମମିତା ମେହେର ଘଟଣାକୁ ନେଇ ରାଜ୍ୟ ସରଗରମ । ରାଜ୍ୟ ସରକାର ସଫେଇ ଦେଉଛନ୍ତି ଯେ ମହିଳାଙ୍କ କ୍ଷେତ୍ରରେ ଆମେ ସଚେତନ । ଆଜିକୁ ୧୦ ବର୍ଷ ତଳେ ପିପିଲି ଗଣ ଦୁଷ୍କର୍ମ ହୋଇଥିଲା । ଜଣେ ମନ୍ତ୍ରୀ ଦୁଇ ଥର ଇସ୍ତଫା ଦେଲେ। ରାଜ୍ୟ ସରକାର କେବଳ ନୋ ଟଲରଏନ୍ସ କଥା କହୁଛନ୍ତି କିନ୍ତୁ କାମରେ ଶୁନ୍ । ତଦନ୍ତ ରିପୋର୍ଟକୁ ଚାପୁଛନ୍ତି ସରକାର । ସାଧାରଣ ଲୋକଙ୍କ ଆକ୍ରୋଶରୁ ବଂଚିବା ପାଇଁ ତଦନ୍ତ ଆଳ କରି ସରକାର ବଂଚିଯାଇଥିଲେ । ପୋଲିସ କର୍ମଚାରୀଙ୍କ କାର୍ଯ୍ୟକାରିତା ଉପରେ ପ୍ରଶ୍ନ ଉଠାଇଲେ କଂଗ୍ରେସ । ପିପିଲି ଗଣ ଦୁଷ୍କର୍ମ ଘଟଣା ଆସନ୍ତା ବିଧାନସଭାରେ ସାର୍ବଜନୀନ କରାଯାଉ ବୋଲି କଂଗ୍ରେସ ଦାବି କରୁଛି । ଏବେ ଯେତେ ସଫେଇ ଦେଲେ ମଧ୍ୟ ବିଜୁ ଜନତା ଦଳର କଥାକୁ କେହି ଶୁଣିବେ ନାହିଁ । ଜଷ୍ଟିସ ପିକେ ମହାନ୍ତିଙ୍କ ରିପୋର୍ଟ ତୁରନ୍ତ ସାମ୍ନାକୁ ଆସୁ । ମାହାଙ୍ଗା ଡବଲ ମର୍ଡର ଘଟଣାରେ ସରକାର ସ୍ପଷ୍ଟୀକରଣ ଦିଅନ୍ତୁ ବୋଲି କଂଗ୍ରେସ ଦାବି କରିଛି ।

Leave a Reply

Your email address will not be published. Required fields are marked *