ଧଳାଜହର କବଳରେ ଖୋର୍ଦ୍ଧା ସହର

ଖୋର୍ଦ୍ଧା : ଧଳାଜହର କବଳରେ ଏବେ ଖୋର୍ଦ୍ଧା ସହର । ଦୈନିକ ଚୋରି ଓ ରାହାଜାନୀ କରିବାକୁ ପଛାଉ ନାହାନ୍ତି ଯୁବପିଢ଼ି । ପୋଲିସ ଓ ଅବକାରୀ ବିଭାଗ ବିଭିନ୍ନ ସମୟରେ ଚଢ଼ାଉ କରି ବ୍ରାଉନସୁଗାର ଜବତ କରିବା ସହ ଅପରାଧୀଙ୍କୁ କୋର୍ଟ ଚାଲାଣ କରୁଥିଲେ ମଧ୍ୟ ଆଇନର ଗଳାବାଟ ଦେଇ ଖସି ଆସୁଛନ୍ତି ଅପରାଧୀ । ଗତକାଲି ସଂଧ୍ୟାରେ ଜଣେ ଯୁବକ ଧଳାଜହର ସେବନ କରିବାକୁ ଖୋର୍ଦ୍ଧା ଟାଉନ ଥାନା ଗୁରୁଜଙ୍ଗ ପତିତପାବନ ଛକ ଠାରେ ଏକ ମେଡିସିନ ଦୋକାନର କ୍ୟାସ ବାକ୍ସରୁ ଚୋରି କରୁଥିବା ବେଳେ ସ୍ଥାନୀୟ ଲୋକଙ୍କ ଦ୍ବାରା ଧରାପଡିଥିଲା । ଉତ୍ୟକ୍ତ ଲୋକମାନେ ଯୁବକଙ୍କୁ ଉତମ ମଧ୍ୟମ ଦେବା ସହ ଏକ ଖୁଣ୍ଟରେ ଚେନ ଦ୍ବାରା ବାନ୍ଧିଥିଲେ । ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି ।

Leave a Reply

Your email address will not be published. Required fields are marked *