ରାଜଧାନୀ ପରେ ଏବେ ଜଗତସିଂହ ପୁରରେ ବୁଲୁଛି ଖଣ୍ଡା

ଜଗତସିଂହପୁର : ରାଜଧାନୀ ପରେ ଏବେ ଜଗତସିଂହ ପୁରରେ ଖଣ୍ଡା, ଟାଙ୍ଗିଆ ଆଦି ମାରଣାସ୍ତ୍ର ବୁଲାଇ ସାଧାରଣରେ ଆତଙ୍କ ସୃଷ୍ଟି କରୁଛନ୍ତି କିଛି ଅସାମାଜିକ ଯୁବକ । ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଲୋକଙ୍କ ଭିତରେ ଭୟର ବାତାବରଣ ସୃଷ୍ଟି ହୋଇଛି । ଗତ ଦୁଇ ଦିନ ତଳେ ଜଗତସିଂହପୁର ସହର କୋର୍ଟ ଛକଠାରେ ଜଣେ ଅସାମଜିକ ବ୍ୟକ୍ତି ନିଶାସକ୍ତ ଅବସ୍ଥାରେ ହାତରେ ଏକ ଟାଙ୍ଗିଆ ଧରି ରାସ୍ତାରେ ବୁଲିବା ସହ ଲୋକଙ୍କୁ ଭୟଭୀତ କରିଥିଲେ । ରବିବାର ସଦର ଥାନା ମୁଣ୍ଡିଲୋ ଗାଁରେ ଶିଶିର ରାଉତ ନାମକ ଜଣେ ଯୁବକ ହାତରେ ଏକ ଖଣ୍ଡା ଧରି ଗାଁରେ ବୁଲିବା ସହ ଲୋକଙ୍କୁ ଆକ୍ରମଣ କରିବାକୁ ଉଦ୍ୟମ କରିଥିଲେ । ଫଳରେ ଗାଁ ଲୋକେ ଭୟଭୀତ ହେବା ସହ କିଛି ସମୟ ଗାଁରେ ତାଟି କବାଟ ପଡି ଯାଇଥିଲା । ଖବର ପାଇ ଜଗତସିଂହପୁର ପୋଲିସ ଘଟଣା ସ୍ଥଳରେ ପହଞ୍ଚି ସମ୍ପୃକ୍ତ ଯୁବକକୁ କାବୁକରି ଥାନାରେ ଅଟକ ରଖି ତଦନ୍ତ ଚଳାଇଛି । ଗାଁ ଠାରୁ ସହର ସବୁଆଡେ ମାରଣାସ୍ତ୍ର ଧରି କିଛି ଅସାମଜିକ ଯୁବକ ଆତଙ୍କ ସୃଷ୍ଟି କରୁଥିବା ବେଳେ ପୋଲିସ ଏଥିପ୍ରତି ଆଵଶ୍ୟକୀୟ ପଦକ୍ଷେପ ଗ୍ରହଣ କରିବା ଜରୁରୀ ହୋଇପଡିଛି ।

Leave a Reply

Your email address will not be published. Required fields are marked *