ଵଣାଇର ନୂତନ ପାଠାଗାର ଜିଲ୍ଲାପାଳଙ୍କ ଦ୍ଵାରା ଲୋକାର୍ପିତ

ବଣାଇ : ଆଜି ବଣାଇ ଠାରେ ସର୍ଵ ସାଧାରଣଙ୍କ ନିମନ୍ତେ ଉଦ୍ଧିଷ୍ଟ ଉପଖଣ୍ଡ ସ୍ତରୀୟ ନୂତନ ପାଠାଗାର ଜିଲ୍ଲାପାଳ ନିଖିଲ ପବନ କଲ୍ୟାଣଙ୍କ ଦ୍ଵାରା ଲୋକାର୍ପିତ ହୋଇଯାଇଛି । ଏହାର ନିର୍ମାଣ ନିମନ୍ତେ ଜିଲ୍ଲା ଖଣିଜ ପାଣ୍ଠିରୁ ଆର୍ଥିକ ସହାୟତା ପ୍ରଦାନ କରାଯାଇଥିବା ବେଳେ, ଏଥିରେ ଛାତ୍ରଛାତ୍ରୀ, ଯୁବପିଢି, ବରିଷ୍ଠ ନାଗରିକ, ତଥା ସବୁ ବର୍ଗର ନାଗରିକମାନେ ପଢ଼ିବା ନିମନ୍ତେ ବିଭିନ୍ନ ପ୍ରକାର ପୁସ୍ତକ ରଖାଯାଇଛି । ଏହି ପାଠାଗାର ସପ୍ତାହରେ ୬ ଦିନ ଖୋଲା ରହିବା ସହିତ ପ୍ରତି ରବିବାର ଏବଂ ଛୁଟି ଦିନମାନଙ୍କରେ ଏହା ବନ୍ଦ ରହିବ ବୋଲି ଜଣାପଡିଛି । ଲୋକାର୍ପିତ ସମାରୋହରେ ଅନ୍ୟମାନଙ୍କ ମଧ୍ୟରେ ବଣାଇ ଉପଜିଲ୍ଲାପାଳ ପ୍ରଦୀପ ଡାଙ୍ଗ,(ଆଇ, ଟି ଡିଏ) ର ପ୍ରକଳ୍ପ ପ୍ରଶାସକ ଶୁଶିଲ କୁମାର ଲୋହାଙ୍କ ସମେତ ଅନ୍ୟାନ୍ୟ ବରିଷ୍ଠ ଅଧିକାରୀମାନେ ଯୋଗ ଦେଇଥିବାବେଳେ, କାର୍ଯ୍ୟକ୍ରମକୁ ସୂଚନା ଓ ଲୋକସମ୍ପର୍କ ବିଭାଗର କର୍ମଚାରୀ ଯୁଧିଷ୍ଠିର ତ୍ରିପାଠୀ ପରିଚାଳନା କରିଥିଲେ ।

Leave a Reply

Your email address will not be published. Required fields are marked *