ନିୟମଗିରି ପାହାଡ଼ର ବିଭିନ୍ନ ସ୍ଥାନରେ ପୋଷ୍ଟର ଓ ବ୍ୟାନର ଲଗାଇ ମାଓବାଦୀମାନେ ପିଏଲ୍‌ଜିଏ ସପ୍ତାହ ପାଳନ ପାଇଁ ଯୁବକ ଯୁବତୀମାନଙ୍କୁ ଆହ୍ୱାନ କରିଛନ୍ତି

ରାୟଗଡ଼ା : ନିୟମଗିରି ପାହାଡ଼ର ବିଭିନ୍ନ ସ୍ଥାନରେ ମାଓବାଦୀଙ୍କ ପୋଷ୍ଟର ଓ ବ୍ୟାନର । ଆସନ୍ତା ଡିସେମ୍ବର ମାସରେ ପିଏଲ୍‌ଜିଏ ସପ୍ତାହ ପାଳନ ପାଇଁ ପୋଷ୍ଟରରେ ଉଲ୍ଲେଖ ରହିଛି । ଘଟଣାସ୍ଥଳରେ ସୁରକ୍ଷାବାହିନୀ ପହଞ୍ଚି ଛାନ୍‌ଭିନ୍ ଆରମ୍ଭ କରିଛନ୍ତି । ଖବର ଅନୁଯାୟୀ, ରାୟଗଡ଼ା ଜିଲ୍ଲା ପାରସାଲି ପଞ୍ଚାୟତର ବିଭିନ୍ନ ଗାଁରେ ଏହି ପୋଷ୍ଟର ଓ ବ୍ୟାନର ମରାଯାଇଛି । ପୋଷ୍ଟରରେ ଡିସେମ୍ବର ୨ ରୁ ୮ ତାରିଖ ପର୍ଯ୍ୟନ୍ତ ପିଏଲ୍‌ଜିଏ ସପ୍ତାହ ପାଳନ ପାଇଁ ଉଲ୍ଲେଖ ରହିଛି । ତେବେ  ନିୟମଗିରି ପାହାଡରେ ଆଦିମ ଜନଜାତି ଡଙ୍ଗରିଆ କନ୍ଧ ସମ୍ପ୍ରଦାୟର ଲୋକମାନେ ବସବାସ କରୁଥିବା ବେଳେ ମାଓବାଦୀଙ୍କ ଏହି ବ୍ୟାନର ଓ ପୋଷ୍ଟର ସେମାନଙ୍କ ଭିତରେ ଭୟ ସୃଷ୍ଟି କରିଛି । ବ୍ୟାନର ଓ ପୋଷ୍ଟରରେ ଯୁବକ ଯୁବତୀମାନେ ପିଏଲଜିଏ ରେ ସାମିଲ ହେବା ପାଇଁ ଆହ୍ୱାନ ଦେଇଛନ୍ତି ମାଓବାଦୀ । ଏଥିସହ ଜଳ, ଜମି ଓ ଜଙ୍ଗଲ ପାଇଁ ଏକତ୍ରିତ ହେବା ପାଇଁ କୁହାଯାଇଛି । ଏହା ନଜରକୁ ଆସିବା ପରେ କଲ୍ୟାଣସିଂହପୁର ଠାରେ ଥିବା ସିଆରପିଏଫ ଯବାନମାନେ ଘଟଣାସ୍ଥଳରେ ପହଞ୍ଚିଛନ୍ତି ।

Leave a Reply

Your email address will not be published. Required fields are marked *