ପୋଖରୀରୁ ମିଳିଲା ମୃତ ଦେହ, ହତ୍ୟା ନା ଆତ୍ମହତ୍ୟା ସନ୍ଦେହ

ଭଦ୍ରକ : ଭଦ୍ରକର ରାହଞ୍ଜ ମଠ ପୋଖରୀରେ ଆଜି ସକାଳୁ ଏକ ଶବ ଭାସୁଥିବାର ଲୋକ ଦେଖିବାକୁ ପାଇଥିଲେ । ପରେ ଗାଁର ଲୋକ ସେଠାରେ ରୁଣ୍ଡ ହୋଇଯାଇଥିଲେ । କାହାର ଶବ ଭାସୁଛି ବୋଲି ଲୋକଙ୍କ ଭିତରେ ଉତ୍କଣ୍ଠା ବଢିଥିଲା । ପରେ ଜଣା ପଡ଼ିଥିଲା ଯେ ସେହି ଗ୍ରାମର ଶିବ ବେହେରାଙ୍କର ଶବ ପୋଖରୀରେ ଭାସୁଛି । କେଉଁ ପରିସ୍ଥିତିରେ ଶିବଙ୍କର ଶବ ପୋଖରୀରେ ଭସିଲା । ତାହାକୁ ନେଇ ସନ୍ଦେହ ପ୍ରକାଶ ପାଇଛି । ସ୍ଥାନୀୟ ଲୋକମାନେ ଭଦ୍ରକ ଗ୍ରାମାଞ୍ଚଳ ପୁଲିସକୁ ଖବର ଦେଇଥିବା ବେଳେ ପୁଲିସ ଘଟଣାସ୍ଥଳରେ ପହଞ୍ଚିଲା ପରେ ଅଧିକ ତଥ୍ୟ ଜଣାପଡ଼ିବ । ବିଶେଷ କରି ଏହା ହତ୍ୟା ନା ଆତ୍ମହତ୍ୟା ତାହା ଜାଣିବାକୁ ଲୋକଙ୍କ ଭିତରେ ଉତ୍କଣ୍ଠା ଦେଖିବାକୁ ମିଳିଛି । ଏଣେ ଏ ଅଞ୍ଚଳରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି ।

Leave a Reply

Your email address will not be published. Required fields are marked *