ସୁନ୍ଦରଗଡ : ସହରରେ ଦିନକୁ ଦିନ ବୃଦ୍ଧି ପାଉଛି ଗୋ ମାଂସ ତସ୍କରଙ୍କ ଆତଙ୍କ । ଦିନ ଦି ପ୍ରହରରେ ଖୋଲା ଖୋଲି ଭାବେ ରପ୍ତାନି ହେଉଛି ଗୋ ମାଂସ । ବନ୍ଧମୁଣ୍ଡା ରାସ୍ତା ଦେଇ ବିଶ୍ରା, ଗୁଗୁଡ଼ଯୋଡ ଅଞ୍ଚଳକୁ ସପ୍ଲାଏ ହେଉଛି ଗୋ ମାଂସ । ଆଜି ସକାଳୁ ବନ୍ଧମୁଣ୍ଡା ରାସ୍ତା ରେ ଫଟା ପାଇପ ନିକଟରେ ଏକ ଟେମ୍ପୁରେ ଗୋ ମାଂସ ଚୋରା ଚାଲାଣ ହେଉଥିବା ବେଳେ ରାସ୍ତା ଉପରେ ଓଲଟିଲା ଗୋ ମାଂସ ବୋଝେଇ ଟେମ୍ପୁ । ଡରରେ ଗାଡି ଛାଡି ପଳେଇଲେ ଦୁର୍ବୃତ୍ତ । ଯାହାକୁ ନେଇ କିଛି ସମୟ ପାଇଁ ସ୍ଥାନୀୟ ଅଞ୍ଚଳରେ ଅସନ୍ତୋଷ ଦେଖାଦେଇଥିଲା । ପରେ ପୋଲିସର ହସ୍ତକ୍ଷେପରେ ଜେସିବି ମାଧ୍ୟମରେ ରାସ୍ତା ଉପରେ ପଡିଥିବା ଗୋ ମାଂସକୁ ସଫା କରାଯାଇଥିଲା ଏବଂ ଟେମ୍ପୁକୁ ଜବତ କରାଯାଇଥିଲା । ଯେଉଁଥିରୁ ସ୍ପଷ୍ଟ ହୋଇଛି କ୍ରମାଗତ ଭାବେ ବନ୍ଧମୁଣ୍ଡା ରାସ୍ତା ଦେଇ ରାଉରକେଲା ସହରରୁ ଗୋ ବିଶ୍ରା ଆଡକୁ ବନ୍ଧମୁଣ୍ଡା , ବିଶ୍ରା ଥାନା ଦେଇ ଗୋ ମାଂସ ଅବାଧରେ ଚାଲାଣ ହେଉଛି । ତେବେ ଜାଣିଶୁଣି କିଛି ଦୁର୍ବୃତ୍ତ ଧାର୍ମିକ ଭାବନା ଉପରେ ଆଘାତ କରିବା ପାଇଁ ଏଭଳି କାଣ୍ଡ କରିଥିବାର ଅଭିଯୋଗ ହୋଇଛି ।
