ବିଜେଡି ପକ୍ଷରୁ ପଞ୍ଚାୟତ ସ୍ତରୀୟ କର୍ମଶାଳା

ଵଣାଇ : ଆଗାମୀ ତ୍ରି ସ୍ତରୀୟ ପଞ୍ଚାୟତ ନିର୍ବାଚନକୁ ଆଖି ଆଗରେ ରଖି, ଆଜି ଵଣାଇ ଉପଖଣ୍ଡର ଗୁରୁଣ୍ଡିଆ ବ୍ଲକ ଅନ୍ତର୍ଗତ ବିଜୁ ଜନତା ଦଳର ଗୁରୁଣ୍ଡିଆ ଜିଲ୍ଲା ପରିଷଦ ଜୋନର କୁଣ୍ଢେହିଡିହା ଓ ଜରଡା ଗ୍ରା.ପ. ର କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ଏଥିରେ ବ୍ଲକ୍ ସଭାପତି ଅପିନ୍ଦ୍ର କିଶାନ ସଭାପତିତ୍ବ କରିଥିଲାବେଳେ ବରିଷ୍ଠ ନେତା ରଂଜିତ କିଷାନ , ବିଜୁ ଶ୍ରମିକ ସାମୁଖ୍ୟ ସଭାପତି ପ୍ରଦ୍ୟୁମ୍ନ କୁମାର ତ୍ରିପାଠୀ , ସଂଯୋଜକ କାନ୍ଦରା ମହାନ୍ତି , ଚୁଲିଆ କିଷନ , ଆଲୋକ ପଟେଲ୍ , ଫଗୁ କିଶାନ୍ , ନରେନ୍ଦ୍ର ସିଂ ,କୁମୁଦ କିଷାନ୍ , ବ୍ରଜ ସିଂ ,ଚମ୍ପା ତିର୍କି ,ଅର୍ଜୁନ ପାତ୍ର ,ଆଶୁତୋଷ ଜୟସ୍ୱଲ୍ , କମଳ ଲାକ୍ରା, ଲିଉନିୟସ ଲାକ୍ରା ,ଗୌରୀ ପାତ୍ର ପ୍ରମୁଖ ଯୋଗ ଦେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିଭିନ୍ନ ଜନଭିମୁଖି କାର୍ଯକ୍ରମ ବିଷୟରେ ଆଲୋଚନା କରିବା ସହ ତାର ସଫଳ ରୂପାୟନ ବିଷୟରେ ପ୍ରକାଶ କରିଥିଲେ । ଏହି ଅବସରରେ ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ ତଥା ଜି ଆର୍ ଏସ ଚାକିରିରୁ ଅବସର ନେଇଥିବା ସମାଜ ସେବୀ ରାସ୍ଵଲ୍ ଓରାମ , ଲଛଦାର ଉଚ୍ଚଶିକ୍ଷିତ ଯୁବ ପ୍ରତିଭା ଲିଅନିୟସ ଲାକ୍ରା , ଅବସର ପ୍ରାପ୍ତ ଶିକ୍ଷକ ନରେଶ କିସାନ , ନରୋତ୍ତମ ପାତ୍ର , ବିରଙ୍ଗ ଏକା ପ୍ରମୁଖ ନବୀନ ପଟ୍ଟନାୟକଙ୍କ ନୀତି ଆଦର୍ଶରେ ଅନୁପ୍ରାଣିତ ହୋଇ ଓ ଜିଲ୍ଲା ସଭାପତି ସାରଦା ନାୟକଙ୍କ କାର୍ଯ୍ୟଧାରାରେ ଆକୃଷ୍ଟ ହୋଇ ଦଳରେ ଆନୁଷ୍ଠାନିକ ଭାବରେ ଯୋଗ ଦେଇଥିଲେ । ଏହି ବୈଠକରେ ମୁଖ୍ୟତଃ ଦଳକୁ ୱାର୍ଡ଼ ସ୍ତରରୁ ମଜଭୁତ କରିବାକୁ ଆହ୍ବାନ ଦିଆଯାଇଥିଲା । ଶେଷରେ ଚମ୍ପା ତିର୍କି ଧନ୍ୟବାଦ ଅର୍ପଣ କରିଥିଲେ ।

Leave a Reply

Your email address will not be published. Required fields are marked *