ମହିଳା ସରପଞ୍ଚଙ୍କ ନିଆରା ପ୍ରୟାସ

ଵଣାଇ : ଵଣାଇ ଉପଖଣ୍ଡ ଲହୁଣୀପଡ଼ା ବ୍ଲକ୍ ଅନ୍ତର୍ଗତ ଶସ୍ୟକଳା ପଞ୍ଚାୟତର ମହିଳା ସରପଞ୍ଚ ହେଉଛନ୍ତି ଶ୍ରୀମତୀ ସୁଶିଳା ଟପୋ । ସରପଞ୍ଚ ପଦରେ ନିର୍ବାଚିତ ହେବା ଦିନଠାରୁ ତାଙ୍କର ସମାଜ ସେବା ଓ ପରୋପକାର କାର୍ଯ୍ୟ ନିମନ୍ତେ ପୁରା ପଞ୍ଚାୟତ ରେ ଆଦରଣୀୟ ହୋଇ ପାରିଛନ୍ତି ସରପଞ୍ଚ ମହାଶୟା । ପଞ୍ଚାୟତ ତରଫରୁ ହିତାଧିକାରୀ ମାନଙ୍କୁ ମିଳୁଥିବା ଚାଉଳ, ଭତ୍ତା, ଇତ୍ୟାଦି ପ୍ରତ୍ୟେକ ସରକାରୀ ଯୋଜନାର ସୁଫଳ ପ୍ରତ୍ୟେକ ଲୋକଙ୍କ ନିକଟରେ ସଠିକ ଭାବରେ କିପରି ପହଞ୍ଚି ପାରିବ , ସେଥିପ୍ରତି ମଧ୍ୟ ସେ ନିଜେ ସ୍ବତନ୍ତ୍ର ଭାବେ ଧ୍ୟାନ ଦେଇଥାନ୍ତି । ଏହି ଆଦିବାସୀ ଅଧ୍ୟୁଷିତ ଉପାନ୍ତ ଅଞ୍ଚଳର ଲୋକମାନେ ହେଉଛନ୍ତି ପ୍ରାୟତ ଦିନ ମଜୁରିଆ, ଏବଂ ଶ୍ରମିକ ଶ୍ରେଣୀର । ବର୍ତ୍ତମାନର ଡିଜିଟାଲ ଦୁନିଆ ଠାରୁ ଏମାନେ ବହୁତ ଦୂରରେ । ତେଣୁ ଏହାକୁ ଦୃଷ୍ଟିରେ ରଖି ନିଜେ ଅଣ୍ଟା ଭିଡିଛନ୍ତି ସରପଞ୍ଚ ମହାଶୟା । ବଣାଇ ଉପଖଣ୍ଡ ଜନସେବା କର୍ମଚାରୀଙ୍କୁ ନେଇ ଘରକୁ ଘର ବୁଲି ଦିନ ମଜୁରିଆ ଓ ଗରୀବ ଶ୍ରମିକଙ୍କ ନାମକୁ ଇ-ଶ୍ରମ-ପୋର୍ଟାଲ ରେ ପଞ୍ଜିକରଣ କରାଇ,ଶ୍ରମ କାର୍ଡ ଯୋଗାଇ ଦେବାରେ ସହଯୋଗ କରୁଛନ୍ତି । ସେଥିପାଇଁ ତାଙ୍କୁ ଧନ୍ୟବାଦ ଦେଇଛନ୍ତି ପଞ୍ଚାୟତ ଵାସୀ ।

Leave a Reply

Your email address will not be published. Required fields are marked *