ଵଣାଇ (ଲୋକନାଥ ସାମଲ)
ସାରା ଦେଶରେ ନଭେମ୍ବର ୨୬ ର ଦିନକୁ ସମ୍ବିଧାନ ଦିବସ ରୂପେ ପାଳନ କରୁଥିବା ବେଳେ ଵଣାଇ ଉପଖଣ୍ଡ ରେ ମଧ୍ୟ ବିଜେପି ଦଳ ପକ୍ଷରୁ ବିଭିନ୍ନ ମଣ୍ଡଳ ରେ ସମ୍ବିଧାନ ଦିବସ ପାଳନ ହୋଇଯାଇଛି।
ବଣାଇ ସାଂଗଠନିକ ଜିଲ୍ଲା ତରଫରୁ ଅନୁସୂଚିତ ଜାତି ମୋର୍ଚା, ସଭାପତି କୁଳମଣି ପାତ୍ରଙ୍କ ନେତୃତ୍ବରେ, ସମସ୍ତ କାର୍ଯ୍ୟ କର୍ତ୍ତା କଂ ଗହଣରେ ସମ୍ବିଧାନ ପ୍ରଣେତା ଡଃ ଭୀମରାଓ ଆମ୍ବେଦକରଙ୍କ ଫଟୋ ଚିତ୍ରରେ ମାଲ୍ୟାର୍ପଣ କରିବା ସହିତ, ସମ୍ବିଧାନ ର ମୁଖବନ୍ଧ ପଠନ କରାଯାଇ ସମ୍ବିଧାନ ଦିବସ ପାଳନ କରାଯାଇଥିଲା। । ଅନୁରୂପ ଭାବେ ବଣାଇ ଉପଖଣ୍ଡ ଗୁରୁଣ୍ଡିଆ ବ୍ଲକ ଅନ୍ତର୍ଗତ ଵନେଇକଳା ମଣ୍ଡଳ ର ଜାମୁଦର ଠାରେ ଆୟୋଜିତ କାର୍ଯ୍ୟ କର୍ତ୍ତା ସମ୍ମିଳନୀ ରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ସଭାପତି ଶ୍ରୀ ଅନୀଲ ବାର୍ଲା ଯୋଗଦେଇ ସମସ୍ତ କାର୍ଯ୍ୟ କର୍ତ୍ତା କୁଂ ସମ୍ବିଧାନ ର ପ୍ରଣେତା ଆମ୍ବେଦକରଙ୍କ ଆଦର୍ଶ ରେ ଅନୁପ୍ରାଣିତ ହେବା ନିମନ୍ତେ ଆହ୍ବାନ ଦେବା ସହିତ ସମସ୍ତ କାର୍ଯ୍ୟ କର୍ତ୍ତା କଂ ଗହଣରେ ସମ୍ବିଧାନ ଦିବସ ପାଳନ କରିଥିଲେ
