ବିପୁଳ ପରିମାଣର ଗଞ୍ଜେଇ ଜବତ

ମୁନିଗୁଡା : ବିପୁଳ ପରିମାଣର ଗଞ୍ଜେଇ ଜବତ । ରାୟଗଡା ଜିଲ୍ଲା ପଦ୍ମପୁର ପୋଲିସ ବିଶେଷ ସୂତ୍ରରୁ ଖବର ପାଇ ସବୁଜ ଜହର ଜବତ କରିଛି । ସୂଚନାନୁସାରେ, କେନ୍ଦୁଗୁଡା ଫାଣ୍ଡି ନିକଟ ଖମ୍ବାରିଗୁଡା ଗ୍ରାମର ଗୋଟିଏ ଘରେ  ୩୫ କେଜିର  ଗଞ୍ଜେଇ  ରଖିଥିଲେ । ଚଢଉ କରି ପୋଲିସ ଏସବୁକୁ ଜବତ କରିବା ସହ  ସ୍ଥାନୀୟ ଜଣେ ହୋମଗାର୍ଡ ରମେଶ ବାହୁକ ଏବଂ ଗଞ୍ଜେଇ ବ୍ୟବସାୟୀ ଯୋନେଶ ମାଳିକୁ ଗିରଫ କରିଛି । ଜବତ ଗଞ୍ଜେଇ ପଦ୍ମପୁରରୁ ବ୍ରହ୍ମପୁର ଚାଲାଣ ହେବାର ଥିଲା ବୋଲି ଜଣାପଡିଛି  । ଜବତ ଗଞ୍ଜେଇ ରଆନୁମାନିକ ମୂଲ୍ୟ  ପ୍ରାୟ ୩ ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ୱ ଟଙ୍କା ହେବା ନେଇ ପୋଲିସ ସୂଚନା ଦେଇଛନ୍ତି ।

Leave a Reply

Your email address will not be published. Required fields are marked *