ନବରଙ୍ଗପୁର : ନବରଙ୍ଗପୁର ଜିଲ୍ଲା ଚାଷୀ ଆତ୍ମହତ୍ୟା ପ୍ରସଙ୍ଗରେ କ୍ଷତିପୂରଣ ଦାବିରେ ଜିଲ୍ଲା କଂଗ୍ରେସର ଅନଶନ । ନବରଙ୍ଗପୁର ଜିଲ୍ଲା ରାଇଘର ଚାଷୀ ଆତ୍ମହତ୍ୟା ପ୍ରସଙ୍ଗକୁ ନେଇ ବୁଧବାର ନବରଙ୍ଗପୁର ଜିଲ୍ଲା କଂଗ୍ରେସର ଏକ ଟିମ କ୍ଷତିଗ୍ରସ୍ତ ପରିବାରକୁ ଭେଟି ଚାଷୀର ମୃତ୍ୟୁକୁ ନେଇ ଅନୁସନ୍ଧାନ କରିବା ସହ ମୃତ୍ୟୁ ହୋଇଥିବା ପରିବାରକୁ କ୍ଷତିପୂରଣ ଦାବିରେ ବୁଧବାର ଅହୋ ରାତ୍ର ଅନଶନ ରେ ବସିଥିବା ଜଣାପଡିଛି ।
ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ ଅନ୍ତର୍ଗତ ଛତାବେଡ଼ା (ଡି ଏନ୍ କେ) ଗ୍ରାମର ଚାଷୀ ବିଭୁତି ସରକାର୍(୪୫)ଙ୍କ ଆତ୍ମହତ୍ୟା ପ୍ରସଙ୍ଗ ସାରା ଜିଲ୍ଲା ରେ ଚର୍ଚ୍ଚା ର ବିଷୟ ପାଲଟି ଥିବା ବେଳେ ଜିଲ୍ଲା କଂଗ୍ରେସ ର ଏକ ଉଚ୍ଚ ସ୍ତରୀୟ ଫେକ୍ଟ ଫାଇଣ୍ଡିଂ ଟିମ୍ ଜିଲ୍ଲା କଂଗ୍ରେସ ସଭାପତି ମୁନା ତ୍ରିପାଠୀଙ୍କ ନେତୃତ୍ୱରେ ରାଇଘର ର ଆତ୍ମହତ୍ୟା କରି ଥିବା ଚାଷୀଙ୍କ ଘରକୁ ପରିଦର୍ଶନ କରିଛନ୍ତି । ମୃତ ଚାଷୀ ବିଭୂତି ସରକାର୍ ଶୋକ ସନତପ୍ତ ପରିବାର ବର୍ଗ ଙ୍କୁ ଭେଟିବା ସହ କିଛି ଆର୍ଥିକ ସହାୟତା ପ୍ରଦାନ ପୂର୍ବକ ମୃତ ଚାଷୀ ଙ୍କ ନାବାଳିକା ଝିଅ ର ପଢା ଖର୍ଚ୍ଚ କଂଗ୍ରେସ ବହନ କରିବ ବୋଲି ଜଣା ପଡିଛି । ଏଥିସହିତ ବିଭୂତି ଆତ୍ମହତ୍ୟା କରିଥିବା କୋବି ବାଡି ନିକଟ ଯାଇ ସର୍ ଜମିନ୍ ତଦନ୍ତ କରିଛନ୍ତି । ତଥ୍ୟ ଅନୁଷ୍ଠାନ ସମୟରେ ମୃତ ଚାଷୀ ବିଭୂତି ବିଭିନ୍ନ ସଂସ୍ଥା ଓ ବ୍ୟାଙ୍କ୍ ରୁ ପ୍ରାୟ ଦୁଇ ଲକ୍ଷ ଟଙ୍କା ଋଣ କରିଥିବା ବେଳେ ସେ ଧାର କରଜ ରେ ବୁଡି ଯାଇ ଏକ ପ୍ରକାର ମାନସିକ ଭାରସାମ୍ୟ ହରାଇ ଆତ୍ମହତ୍ୟା କରିଥିବା ଟିମ୍ ସଦସ୍ୟ ଅବଗତ ହୋଇଛନ୍ତି । ତେବେ ୬ ଦଫା ଦାବି ମୃତ ପରିବାର ଙ୍କ ସଦସ୍ୟ ଙ୍କୁ ନେଇ ଜିଲ୍ଲା ସଭାପତି ଙ୍କ ନେତୃତ୍ୱ ରେ ଅନଶନ ଆରମ୍ଭ ହୋଇଛି । ଉପସ୍ଥାପିତ ଦାବିଗୁଡ଼ିକ ମଧ୍ୟରେ ମୃତ ବିଭୂତି ସରକାର୍ ଙ୍କ ପରିବାର କୁ ୨୦ ଲକ୍ଷ ଟଙ୍କା କ୍ଷତି ପୁରାଣ ପ୍ରଦାନ, ଅର୍ଦ୍ଧ୍ ନିର୍ମିତ ପ୍ରଧାନ ମନ୍ତ୍ରୀ ଆବାସ ଗୃହ ର ନିର୍ମାଣ, ୧୦ ମାସ ହେବ ମିଳିନଥିବା ଚାଉଳ ପ୍ରଦାନ, ସମସ୍ତ ବ୍ୟାଙ୍କ୍ ଋଣ ଛାଡ, ଇଲେକ୍ଟ୍ରି ବିଲ୍ ଛାଡ କରିବା, ମୃତ ଚାଷୀ ଙ୍କ ବିଧବା ପତ୍ନୀ ଙ୍କୁ ସରକାରୀ ଚାକିରି ପ୍ରଦାନ, ଇଦ୍ୟାଦି ଅନ୍ତର୍ଭୁକ୍ତ ରହିଛି । ଦାବି ପୂର୍ଣ୍ଣ ନ ହେବା ପର୍ୟ୍ୟନ୍ତ ଅନଶନ ଜାରି ରହିବ ବୋଲି ଜିଲ୍ଲା କଂଗ୍ରେସ ସଭାପତି ମୁନା ତ୍ରିପାଠୀ ପ୍ରକାଶ କରିଛନ୍ତି । ପ୍ରଥମ ପର୍ୟ୍ୟାୟରେ ଅତିରିକ୍ତ ଜିଲ୍ଲାପାଳ ଭାସ୍କର ରଇତ, ରାଇଘର ତହସିଲଦାର, କୃଷି ଅଧିକାରୀ ଘଟଣାସ୍ଥଳକୁ ଯାଇ ପ୍ରମୁଖ ଆଲୋଚନା କରିଛନ୍ତି । ଉପସ୍ଥିତ ଏହି ଅନଶନ ରେ ଅଧିବକ୍ତା ତଥା ପିସିସି ସମ୍ପାଦକ କ୍ଷେମ ରାଜ୍ ବାଘ, ଡି ସି ସି ଉପସଭାପତି ତଥା ଅଧିବକ୍ତା ଦିଲିପ୍ ବେହେରା,ବରିଷ୍ଠ ଓକିଲ ଶଙ୍କର ଦେଓ, ରାଜ୍ୟ ଯୁବ କଂଗ୍ରେସ ସମ୍ପାଦକ ଦ୍ୱାରିଆ ମହାପାତ୍ର, ଦକ୍ଷିଣ ଓଡ଼ିଶା ସଂଖ୍ୟା ଲଘୁ ସେଲ୍ ପ୍ରଭାରୀ ଅବଦୁଲ ଫିରୋଜ, ସାଇ ନାରାୟଣ ପାଢ଼ୀ, ଅମୂଲ୍ୟ ପଟ୍ଟନାୟକ, କୃଷ୍ଣ ମାଝୀ, ସୁଭଳାନ୍ ସନ୍ତା ପ୍ରମୁଖବରିଷ୍ଠ ନେତୃ ମଣ୍ଡଳୀ ସମେତ ପରିବାର ବର୍ଗ ତରଫରୁ ଅନିମା ସରକାର୍, ପ୍ରମୁଖ ଉପସ୍ଥିତ ରହିଛନ୍ତି ।
