କୋଭିଡ୍ ଗାଇଡ୍ ଲାଇନ୍ ପାଳନ ସହ ପରୀକ୍ଷା ଆରମ୍ଭ

ତେନ୍ତୁଳିଖୁଣ୍ଟି : ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ବ୍ଲକ୍ ଅନ୍ତର୍ଗତ ଗୁମା ଅଞ୍ଚଳର ଉଚ୍ଚ ବିଦ୍ୟାଳୟରେ କୋଭିଡ୍ ଗାଇଡ଼ ଲାଇନ୍ ପାଳନ କରି ନବମ ଶ୍ରେଣି ବୋର୍ଡ୍ ପରୀକ୍ଷା ଆଜି ଆରମ୍ଭ କରାଯାଇଛି । ପିଲାମାନେ ପରୀକ୍ଷା ଦେବାପାଇଁ ବହୁତ ଆଗ୍ରହରେ ଆସିଥିଲେ । ପିଲାଙ୍କୁ କିଛି ବି ଅସୁବିଧା ନ ହେଉ ବୋଲି ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଲଳିତ୍ ବାଘଙ୍କ ନେତୃତ୍ୱରେ ଗେଟ୍ ମଧ୍ୟରେ ଥୋମାସ୍ କ୍ୟାନିଂ କରାଜାଉଛି ଓ ମାକ୍ସ୍ ଚେକିଙ୍ଗ କରାଯାଇଛି । ଭଲଭାବରେ ହାତଧୋଇ ସେନିଟାଇଜର ଲଗାଇ ପିଲାମାନେ ବିଦ୍ୟାଳୟରେ ପ୍ରବେଶ କରିଥିଲେ । ପିଲାମାନେ ପରୀକ୍ଷା ହଲରେ ପ୍ରବେଶ କରିଥିଲେ । କୋଭିଡକୁ ଦୂଷ୍ଟିରେ ରଖି ବିଦ୍ୟାଳୟର କର୍ତ୍ତୁପକ୍ଷମାନେ ପିଲାଙ୍କ ପାଇଁ ସେନୀଟାଇଜର ବ୍ୟବସ୍ତା କରିଥିଲେ । ମାସ୍କ ପିନ୍ଧି ପରୀକ୍ଷା ହଲ୍ ମଧ୍ୟରେ ପ୍ରବେଶ କରିବାକୁ ପିଲାଙ୍କୁ କୁହାଯାଇଥିଲା । ଶାନ୍ତି ଶୃଙ୍ଖଳାର ସହିତ ପରୀକ୍ଷାର୍ଥୀ ମାନେ ପରୀକ୍ଷାରେ ଲେଖିବେ ବୋଲି ପ୍ରଧାନ ଶିକ୍ଷକ ଆଶାବ୍ୟକ୍ତ କରିଛନ୍ତି ।

Leave a Reply

Your email address will not be published. Required fields are marked *