ପାସେଞ୍ଜର ବସରେ ଗଞ୍ଜେଇ ଚୋରା ଚାଲାଣ

ବାରିପଦା : ପାସେଞ୍ଜର ବସରେ ଗଞ୍ଜେଇ ଚୋରା ଚାଲାଣ । ବାରିପଦାର କଲିକତା ବସ ଷ୍ଟାଣ୍ଡରୁ ଦାସ ଏଣ୍ଡ ଦାସ ବସରୁ ବିପୁଳ ପରିମାଣର ଗଞ୍ଜେଇ ଜବତ ହୋଇଛି । ଘଟଣାରେ ପୋଲିସ ୩ଜଣଙ୍କୁ ଅଟକ ରଖିଥିବା ସୂଚନା ମିଳିଛି । ଖବର ଅନୁଯାୟୀ, ବିଶେଷ ସୂତ୍ରରୁ ଖବର ପାଇ ଘଟଣା ସ୍ଥଳରେ ବାରିପଦା ଟାଉନ ପୋଲିସ ପହଞ୍ଚି ବସ୍‌କୁ ଯାଞ୍ଚି କରିଥିଲା । ଏହି ଯାଞ୍ଚ ସମୟରେ ଚାରୋଟି ଗଞ୍ଜେଇ ଭର୍ତ୍ତି ବ୍ୟାଗକୁ ଜବତ କରିଛି ପୋଲିସ । ବାରିପଦାରୁ କଲିକତା ଯାଉଥିବା ଏହି ବସ୍ ଟି ଷ୍ଟାଣ୍ଡ୍ ଛାଡିବା ବେଳକୁ ପୋଲିସ ବସ ଟିକୁ ଅଟକାଇ ଏହି ଗଞ୍ଜେଇ ଜବତ କରିଛି । ତା ସହିତା ତିନି ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି । ତେବେ ଜବତ ଗଞ୍ଜେଇର ଆନୁମାନିକ ଓଜନ ୪୮ କେଜିରୁ ଉର୍ଦ୍ଧ୍ବ ହେବ । ୩ ଅଭିଯୁକ୍ତଙ୍କୁ ଥାନାରେ ଅଟକ ରଖି ପଚରାଉଚରା କରୁଛି ପୋଲିସ ।

Leave a Reply

Your email address will not be published. Required fields are marked *