ଆନନ୍ଦପୁର : ତାଲା ଭାଙ୍ଗି ଦୋକାନରୁ ଲୁଟ୍ । କେନ୍ଦୁଝର ଜିଲ୍ଲା ଘସିପୁରା ଥାନା ଶାଳପଡ଼ା ବଜାରର ୪ ଟି ଦୋକାନରୁ ଲୁଟ୍ ହୋଇଛି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ଛାନ୍ଭିନ୍ ଆରମ୍ଭ କରିଛି ।

ଖବର ଅନୁଯାୟୀ, କେନ୍ଦୁଝର ଜିଲ୍ଲା ଘସିପୁରା ଥାନା ୨୦ ନମ୍ବର ଜାତୀୟ ରାଜପଥ କଡ଼ରେ ଥିବା ଶାଳପଡ଼ା ବଜାରର ୪ ଟି ଦୋକାନରୁ ଲୁଟ୍ ହୋଇଛି । ବିଳମ୍ବିତ ରାତିରେ ଦୁର୍ବୃତ୍ତମାନେ ଦୋକାନ ତାଲା ଭାଙ୍ଗି ବିଭିନ୍ନ ସାମଗ୍ରୀ ଓ ଟଙ୍କା ପଇସା ଲୁଟି ନେଇଛନ୍ତି । ତେବେ ବୁଧବାର ଦିନ ଚାବି ଭଙ୍ଗା ହୋଇ ଦୋକାନ ଖୋଲାପଡ଼ିଥିବା କିଛି ଲୋକ ଦେଖିବାକୁ ପାଇଥିଲେ । ଏହାପରେ ତୁରନ୍ତ ନିକଟସ୍ଥ ଥାନାକୁ ଖବର ଦେଇଥିଲା । ଖବର ପାଇ ଘସିପୁରା ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି ।
