ଭୋଗରାଇ : ୩ଟି ମନ୍ଦିରରୁ ସିରିଜ ଚୋରି । ବାଲେଶ୍ବର ଜିଲ୍ଲା ଭୋଗରାଇ ଅଞ୍ଚଳରୁ ଲୁଟ୍ ହୋଇଛି । ଲୁଟ୍ ଘଟଣାର ଛାନଭିନ୍ ଜାରି ରଖିଛି ପୋଲିସ । ସୂଚନାଯୋଗ୍ୟ ଯେ, ବାଲେଶ୍ବର ଜିଲ୍ଲା ବସ୍ତା ବ୍ଲକ ସିଂଲା ଥାନା ଅନ୍ତର୍ଗତ ବାଳିଆପାଟି ଗ୍ରାମରୁ ସିରିଜ ଲୁଟ୍ । ବିଳମ୍ବିତ ରାତିରେ ୩ଟି ମନ୍ଦିରରୁ ଲୁଟ୍ ହୋଇଛି । ମନ୍ଦିରର ତାଲା ଭାଙ୍ଗି ୩ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କାର ସୁନା ଗହଣା ଓ ଦାନ ବାକ୍ସ ଲୁଟି ନେଇଛନ୍ତି ଦୁର୍ବୃତ୍ତ । ସିଂଲା ପୋଲିସ ଖବର ପାଇ ଛାନଭିନ ଜାରି ରଖିଛି ।
