ଵଣାଇ : ଵଣାଇ ଉପଖଣ୍ଡ କୋଇଡା ବ୍ଲକ୍ ବିଜେଡି ପକ୍ଷରୁ ରନ୍ଧନ ଗ୍ୟାସ , ତଥା ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀର ଅହେତୁକ ଦର ବୃଦ୍ଧି ପ୍ରତିବାଦରେ, କେନ୍ଦ୍ର ସରକାରଙ୍କ ବିରୋଧରେ, ଆଜି ବଣାଇର ପୂର୍ବତନ ବିଧାୟକ ଭୀମସେନ ଚୌଧୁରୀଙ୍କ ନେତୃତ୍ବରେ କୋଇଡା ବିଜେଡି ପକ୍ଷରୁ ବସଷ୍ଟାଣ୍ଡ ନିକଟରୁ ଏକ ବିଶାଳ ଶୋଭାଯାତ୍ରା ବାହାରି ବ୍ଲକ୍ ଅଫିସ୍ ଘେରାଉ କରାଯାଇଥିଲା ।

ପୂର୍ବତନ ବିଧାୟକ ଶ୍ରୀ ଭୀମସେନ ଚୌଧୁରୀ ପ୍ରଥମେ କେନ୍ଦ୍ର ବିରୋଧରେ ସ୍ଲୋଗାନ ଦେବାସହ କେନ୍ଦ୍ରର ଉଜ୍ଜଳା ଯୋଜନା ସମ୍ପୂର୍ଣ୍ଣ ବିଫଳ ଯୋଜନା ବୋଲି କହିବା ସହିତ, ବର୍ଦ୍ଧିତ ଗ୍ୟାସ ଦର କେନ୍ଦ୍ର ସରକାରଙ୍କ ବିଫଳତା ବୋଲି ବର୍ଣ୍ଣନା କରିଥିଲେ । ଏହା ଦ୍ବାରା ଲୋକଙ୍କ ଉପରେ ମୂଲ୍ୟ ବୃଦ୍ଧି ଚାପ ସୃଷ୍ଟି କରୁଥିବା ବେଳେ ,ଗତ ତିନି ବର୍ଷରେ ରନ୍ଧନ ଗ୍ୟାସ ଦର ୭୦ ପ୍ରତିଶତ ବୃଦ୍ଧି ପାଇଥିବା ପ୍ରକାଶ କରିଛନ୍ତି । ତେଣୁ ଦରବୃଦ୍ଧି ନିୟନ୍ତ୍ରଣ ନ ହେବା ଯାଏଁ ଏ ଆନ୍ଦୋଳନ ଚାଲୁ ରଖିବାକୁ କର୍ମୀମାନଙ୍କୁ ଆହ୍ବାନ ଦେଇଥିଲେ । ପରେ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ କୋଇଡା ଵିଡିଓଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଥିଲା ।
