ଡଙ୍ଗା ଭସାଇବାକୁ ଯାଇ ଛାତ୍ର ନିଖୋଜ

ଭୁବନ : ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ବ୍ରାହ୍ମଣୀ ନଦୀରେ ଡଙ୍ଗା ଭସାଇବାକୁ ଯାଇ ନବମ ଶ୍ରେଣୀ ଛାତ୍ର ନିଖୋଜ । ଏହି ଅବସରରେ ନଦୀରେ ଡଙ୍ଗା ଭସାଇ ବୁଡ ଦେବାକୁ ଶ୍ରଦ୍ଧାଳୁଙ୍କ ଭିଡ ଜମିଥିଲା । ଭୁବନ ବିଜ୍ଞାପିତ ଅଞ୍ଚଳ ପରିଷଦର ଲତାବିଲ ସାହିର ରୋଶନ ନାୟକ ୧୪ ବର୍ଷ ବ୍ରାହ୍ମଣୀ ନଦୀରେ ବୁଡ ଦେବା ବେଳେ ଭାସି ନିଖୋଜ ।

ଖବର ପାଇ ଭୁବନ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛି । ନଦୀରେ ବୁଡି ଛାତ୍ର ନିଖୋଜ ଥିବା ଘଟଣା ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି । ରୋଶନ ନାୟକ ବିଦ୍ୟାଧର ନାୟକଙ୍କର ଏକମାତ୍ର ପୁଅ ।

Leave a Reply

Your email address will not be published. Required fields are marked *