କର୍ଣ୍ଣାଟକରେ ଟ୍ରେନ୍ ଧକ୍କାରେ ଦାଦନ ଶ୍ରମିକଙ୍କ ମୃତ୍ୟୁ

କଳାହାଣ୍ଡି : କର୍ଣ୍ଣାଟକ ମଙ୍ଗଳପୁରମ୍ ଠାରେ ଟ୍ରେନ୍ ଧକ୍କାରେ ଦାଦନ ଶ୍ରମିକଙ୍କ ମୃତ୍ୟୁ । ମୃତକ ହେଲେ ଥୁଆମୂଳରାମପୁର ଥାନା ଉପରଝାପି ଗାଁର ରମେଶ ମାଝୀ । ରେଳ ଲାଇନ୍ ରାସ୍ତା କଡରେ ଘାସ କଟା କାମରେ ନିୟୋଜିତ ଥିବାବେଳେ ଟ୍ରେନ୍ ଧକ୍କାରେ ତାଙ୍କର ମୃତ୍ୟୁ ହୋଇଛି । ମୃତଦେହ ସ୍ଥାନୀୟ ହସ୍ପିଟାଲରେ ବ୍ୟବଚ୍ଛେଦ ପାଇଁ ରଖାଯାଇଥିବା ବେଳେ ଶବ ଫେରାଇ ଆଣିବାକୁ ପ୍ରଶାସନ ନିକଟରେ ପରିବାର ନିବେଦନ ଜଣାଇଛନ୍ତି ।

Leave a Reply

Your email address will not be published. Required fields are marked *