ଭୁବନେଶ୍ବର : କଳାହାଣ୍ଡି ଜିଲ୍ଲା ମହାଲିଙ୍ଗ୍ ସ୍ଥିତ ସନସାଇନ୍ ପବ୍ଲିକ୍ ସ୍କୁଲ ଅଧ୍ୟକ୍ଷା ମମିତା ମେହେର ହତ୍ୟା ଘଟଣାରେ ସିବିଆଇ ନୁହେଁ ଏସଆଇଟି ତଦନ୍ତ ଦାବି କଲା କଂଗ୍ରେସ । ବିଜେପି ଶାସିତ ରାଜ୍ୟ ଗୁଡିକରେ ଘଟୁଥିବା ଅଘଟଣ ପ୍ରସଙ୍ଗ ଉଠାଇଲେ ଚେଲ୍ଲା କୁମାର । ଉଭୟ ବିଜେପି ଓ ବିଜେଡିକୁ ଟାର୍ଗେଟ କରିଛି କଂଗ୍ରେସ ।
୩ ଦିନିଆ ଓଡିଶା ଗସ୍ତରେ ଆସି ସରକାରଙ୍କ ଉପରେ ବର୍ଷିଛନ୍ତି କଂଗ୍ରେସ ଓଡିଶା ପ୍ରଭାରୀ ଚେଲ୍ଲା କୁମାର । ବିଜେପି ଓ ବିଜେଡି ଗୋଟିଏ ମୁଦ୍ରାର ଦୁଇ ପାର୍ଶ୍ବ । ଉଭୟ ବିଧାନସଭା ଓ ଲୋକସଭାରେ ପରସ୍ପରକୁ ସହଯୋଗ କରିଆସୁଥିବା ଚେଲ୍ଲା କୁମାର କହିଛନ୍ତି । ଏହାସହ ମମିତା ମେହେରଙ୍କ ପରିବାରକୁ ନ୍ୟାୟ ମିଳିବା ଯାଏଁ କଂଗ୍ରେସ ତାର ଲଢେଇ ଜାରି ରଖିବ ବୋଲି କଂଗ୍ରେସ ପ୍ରଭାରୀ କହିଛନ୍ତି ।
