ଖଲ୍ଲିକୋଟ : ଲଗଣା ବର୍ଷାରେ ଭୁଷୁଡି ଗଲା କଚ୍ଚା ଘର । ଅଳ୍ପକେ ବର୍ତ୍ତିଲେ ଦୁଇ ଶିଶୁ ସମେତ ବାପା ଓ ମାଆ । ଏହିଭଳି ଏକ ଅଘଟଣ ଗଞ୍ଜାମ ଜିଲା ଛତ୍ରପୁର ଏନଏସି ଅନ୍ତର୍ଗତ ୯ ନଂ ୱାର୍ଡର ନୁଆସାହିରେ ଘଟିଛି ।
ସୂଚନାନୁସାରେ, ନୂଆସାହିରେ ରହୁଥିବା କାଳୁ ଚରଣ ନାୟକଙ୍କ ଘର ସୋମବାର ସକାଳେ ସମ୍ପୂର୍ଣ୍ଣ ଭାବେ ଭୁଷୁଡି ପଡିଛି । କିନ୍ତୁ ଘରେ କେହି ନଥିବାରୁ କାଳୁ ଓ ତାଙ୍କ ସ୍ତ୍ରୀ ସମେତ ଦୁଇ ଶିଶୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି । ଘରର ସମସ୍ତ ଆସବାପତ୍ର ମାଟି ମିଶି ନଷ୍ଟ ହୋଇଯାଇଛି । ଘଟଣାର ଖବର ପାଇ ଏନଏସି ନିର୍ବାହୀ ଅଧିକାରୀ ପହଁଚି ସ୍ଥିତି ଅନୁଧ୍ୟାନ କରିଛନ୍ତି ।
କାଳୁ ଜଣେ ଦିନ ମଜୁରିଆ ହୋଇଥିବାରୁ ତାଙ୍କୁ କ୍ଷତିପୂରଣ ସହ ଆବାସ ଯୋଜନାରେ ଘର ଦେବାକୁ ଦାବି ହେଉଛି । ତେବେ ଗଞ୍ଜାମ ଜିଲା ଛତ୍ରପୁରରେ ଲଗାଣ ବର୍ଷା କାରଣରୁ କଚ୍ଚା ଘରଟି ଭୂଷୁଡି ପଡିଥିବା ଜଣାପଡିଛି ।
