ଲଗଣା ବର୍ଷାରେ ଭୁଷୁଡି ଗଲା କଚ୍ଚା ଘର, ଅଳ୍ପକେ ବର୍ତ୍ତିଲେ ଦୁଇ ଶିଶୁ ସମେତ ବାପା ଓ ମାଆ

ଖଲ୍ଲିକୋଟ :  ଲଗଣା ବର୍ଷାରେ ଭୁଷୁଡି ଗଲା କଚ୍ଚା ଘର । ଅଳ୍ପକେ ବର୍ତ୍ତିଲେ ଦୁଇ ଶିଶୁ ସମେତ ବାପା ଓ ମାଆ । ଏହିଭଳି ଏକ ଅଘଟଣ ଗଞ୍ଜାମ ଜିଲା ଛତ୍ରପୁର ଏନଏସି ଅନ୍ତର୍ଗତ ୯ ନଂ ୱାର୍ଡର ନୁଆସାହିରେ ଘଟିଛି ।

ସୂଚନାନୁସାରେ, ନୂଆସାହିରେ ରହୁଥିବା କାଳୁ ଚରଣ ନାୟକଙ୍କ ଘର ସୋମବାର ସକାଳେ ସମ୍ପୂର୍ଣ୍ଣ ଭାବେ ଭୁଷୁଡି ପଡିଛି । କିନ୍ତୁ ଘରେ କେହି ନଥିବାରୁ କାଳୁ ଓ ତାଙ୍କ ସ୍ତ୍ରୀ ସମେତ ଦୁଇ ଶିଶୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି । ଘରର ସମସ୍ତ ଆସବାପତ୍ର ମାଟି ମିଶି ନଷ୍ଟ ହୋଇଯାଇଛି । ଘଟଣାର ଖବର ପାଇ ଏନଏସି ନିର୍ବାହୀ ଅଧିକାରୀ ପହଁଚି ସ୍ଥିତି ଅନୁଧ୍ୟାନ କରିଛନ୍ତି ।

କାଳୁ ଜଣେ ଦିନ ମଜୁରିଆ ହୋଇଥିବାରୁ ତାଙ୍କୁ କ୍ଷତିପୂରଣ ସହ ଆବାସ ଯୋଜନାରେ ଘର ଦେବାକୁ ଦାବି ହେଉଛି ।  ତେବେ ଗଞ୍ଜାମ ଜିଲା ଛତ୍ରପୁରରେ  ଲଗାଣ ବର୍ଷା କାରଣରୁ କଚ୍ଚା ଘରଟି ଭୂଷୁଡି ପଡିଥିବା ଜଣାପଡିଛି ।

Leave a Reply

Your email address will not be published. Required fields are marked *