ପୌର ନିର୍ବାଚନ ପାଇଁ ଆଜିଠୁ ନାମାଙ୍କନପତ୍ର ଦାଖଲ ପ୍ରକ୍ରିୟା

ଭୁବନେଶ୍ୱର : ପୌର ନିର୍ବାଚନ ପାଇଁ ଆଜିଠୁ ଆରମ୍ଭ ହେଉଛି ନାମାଙ୍କନପତ୍ର ଦାଖଲ ପ୍ରକ୍ରିୟା । ଆସନ୍ତା ୨୪ ରେ ପୌର ନିର୍ବାଚନ ପାଇଁ ଭୋଟ ଗ୍ରହଣ ହେବ ଏବଂ ୨୬ ରେ ଭୋଟ ଗଣତି ହେବ । ଆଜିଠୁ ୭ ତାରିଖ ପର୍ଯ୍ୟନ୍ତ ମନୋନୟନ ପତ୍ର ଦାଖଲ ସମୟସୀମା ରହିଛି । ମାର୍ଚ୍ଚ ୯ ତାରିଖରେ ନାମାଙ୍କନପତ୍ର ଯାଞ୍ଚ ଓ ୧୪ ସୁଦ୍ଧା ପ୍ରତ୍ୟାହାର ପାଇଁ ସମୟ ଦିଆଯାଇଛି । ମେୟର ଓ ପୌରାଧ୍ୟକ୍ଷ ନିର୍ବାଚନ ଏଥର ସିଧାସଳଖ ହେବ । ସାଢେ ତିନି ବର୍ଷ ବିଳମ୍ବରେ ହେବାକୁ ଯାଉଥିବା ପୌର ନିର୍ବାଚନ ପାଇଁ ହାତରେ କମ୍ ସମୟ ଥିବାରୁ ପ୍ରାର୍ଥୀ ଚୟନରେ ମାତିଛନ୍ତି ପ୍ରମୁଖ ରାଜନୈତିକ ଦଳ । ସେହିପରି ଭୋଟିଂ ପାଇଁ ଇଭିଏମ୍ ବ୍ୟବହାର କରାଯିବ । ପ୍ରତି ବୁଥରେ ୨ ଟି ଇଭିଏମ୍ ରହିବ । ଗୋଟିଏ ଇଭିଏମରେ ମେୟର କିମ୍ବା ପୌରାଧ୍ୟକ୍ଷଙ୍କୁ ଭୋଟ ଦେଇ ହେବ ।

Leave a Reply

Your email address will not be published. Required fields are marked *