ବଣାଇ : ଆଜି ପବିତ୍ର ମହାଶିବରାତ୍ରି ପାଳନ ଆବସରରେ ସକାଳୁ ସକାଳୁ ଶହ ଶହ ଭକ୍ତ ମନ୍ଦିରକୁ ଯାଇ ପ୍ରଭୁଙ୍କ ଦର୍ଶନ ନପାଇ ନିରାଶ ହୋଇ ଫେରିଆସିଥିବା ଦେଖିବାକୁ ମିଳିଛି । ବଣାଇ ସହର ନିକଟସ୍ଥ ଦେଓଗାଁ ନିକଟରେ ଥିବା ପ୍ରସିଦ୍ଧ ଶୈବପୀଠ ବାବା ବାଣେଶ୍ୱର ମନ୍ଦିର ସମେତ ଜକୈକଳା, ମହୁଲଡ଼ିହା, କେନାଭେଟା ଇତ୍ୟାଦି ବିଭିନ୍ନ ସ୍ଥାନରେ ଥିବା ପ୍ରସିଦ୍ଧ ଶିବ ମନ୍ଦିରରେ ଜିଲ୍ଲା ପ୍ରଶାସନ ପକ୍ଷରୁ କଟକଣା ଜାରି କରାଯାଇଛି, ଜାଗର ଯାତ୍ରାର ଭିଡକୁ ଦୃଷ୍ଟିରେ ରଖି ମନ୍ଦିରର ସମସ୍ତ ପ୍ରବେଶ ପଥରେ ବ୍ୟାରିକେଡ ବନ୍ଧାଯାଇ ଭୋର ସମୟରୁ ବ୍ୟାପକ ପୋଲିସ ମୁତୟନ କରାଯାଇଛି ।

ଯଦ୍ୱାରା ମନ୍ଦିରରେ ଦୀପ ଜାଳି ନପାରି ଭକ୍ତମାନେ ନିରାଶ ହୋଇ ଘରକୁ ଫେରିଆସିଛନ୍ତି । ମନ୍ଦିରକୁ ପ୍ରେବେଶ ନିଷେଧ କରାଯାଇଥିବା ବେଳେ, ଭିତରେ କେବଳ ଅଳ୍ପ ସଂଖ୍ୟକ ପୂଜକମାନେ ରହି ବିଧି ମୁତାବକ ମଧ୍ୟ ରାତ୍ରିରେ ମନ୍ଦିର ଉପରକୁ ମହାଦୀପ ଉଠାଇ ପାରିବେ । ଏହି କଟକଣା ଆସନ୍ତା ୨ ତାରିଖ ସନ୍ଧ୍ୟା ପର୍ଯ୍ୟନ୍ତ ବଳବତ୍ତର ରହିବ ବୋଲି ପ୍ରଶାସନ ତରଫରୁ ଘୋଷଣା କରାଯାଇଛି ।
