ପୌର ନିର୍ବାଚନ ପାଇଁ ଆଦର୍ଶ ଆଚରଣ ବିଧି ଲାଗୁ : ଏଣିକି କୌଣସି ସର୍କିଟ ହାଉସ୍‌, ରାଜ୍ୟ ଅତିଥି ଭବନ, ସରକାରୀ ବଙ୍ଗଳା ଆଦି କୌଣସି ରାଜନେତା କି ଅଧିକାରୀଙ୍କ ପାଇଁ ବୁକିଂ ରଖାଯିବନି

ଭୁବନେଶ୍ବର : ପୌର ନିର୍ବାଚନ ପାଇଁ ଆଦର୍ଶ ଆଚରଣ ବିଧି ଲାଗୁ ହୋଇଥିବାରୁ ଏଣିକି କୌଣସି ସର୍କିଟ ହାଉସ୍‌, ରାଜ୍ୟ ଅତିଥି ଭବନ, ସରକାରୀ ବଙ୍ଗଳା ଆଦି କୌଣସି ରାଜନେତା କି ଅଧିକାରୀଙ୍କ ପାଇଁ ବୁକିଂ ରଖାଯିବନି । ଏଠାରେ ଯେପରି କୌଣସି ରାଜନେତା ବୈଠକ କି ରାଜନୈତିକ କାର୍ଯ୍ୟକ୍ରମ କରିବେନି ତାହା ଉପରେ ନଜର ରଖିବାକୁ ସମସ୍ତ ଜିଲ୍ଲାପାଳଙ୍କୁ କୁହାଯାଇଛି । ସେହିପରି ଏହି ସବୁ ସରକାରୀ କୋଠାଗୁଡ଼ିକ ନିର୍ବାଚନ ପରିଚାଳନା ଦାୟିତ୍ବରେ ଥିବା ଅଧିକାରୀ ଏବଂ ‌ପୋଲିଂ ଦାୟିତ୍ବରେ ଥିବା କର୍ମଚାରୀଙ୍କ ବ୍ୟବହାର ପାଇଁ ଉପଲବ୍ଧ ରଖିବାକୁ ଜିଲ୍ଲାପାଳମାନଙ୍କୁ କୁହାଯାଇଛି । ପୌର ଭୋଟ୍ ଗଣତି ଶେଷ ହେବା ପର୍ଯ୍ୟନ୍ତ ଏହି କଟକଣା ବଳବତ୍ତର ରହିବ ।

Leave a Reply

Your email address will not be published. Required fields are marked *