ପ୍ରତି ପୋୖରାଞ୍ଚଳରେ ହେବ ମଡେଲ୍ ବୁଥ୍‌

ଭୁବନେଶ୍ବର : ପଞ୍ଚାୟତ ନିର୍ବାଚନରେ ଯେପରି ପ୍ରତି ବ୍ଲକରେ ପିଙ୍କ୍‌ ବୁଥ୍‌ ହୋଇଥିଲା, ସେହିପରି ପୌର ନିର୍ବାଚନରେ ପ୍ରତି ସହରାଞ୍ଚଳରେ ମଡେଲ୍ ବୁଥ୍‌ ହେବ । ପ୍ରତି ଏନ୍‌ଏସିରେ ଗୋଟିଏ, ମ୍ୟୁନିସପାଲଟିରେ ତିନିଟି, ମହାନଗର ନିଗମରେ ୫ଟି ମଡେଲ୍ ବୁଥ୍‌ କରିବାକୁ ରାଜ୍ୟ ନିର୍ବାଚନ କମିସନଙ୍କ ସଚିବ ଆର୍‌.ଏନ୍‌ ସାହୁ ସମସ୍ତ ଜିଲ୍ଲାପାଳଙ୍କୁ ଚିଠି ଲେଖିଛନ୍ତି । ଏହି ସବୁ ବୁଥ୍‌ରେ ପିଇବା ପାଣି, ଶୌଚାଳୟ, ରୢାମ୍ପ, ପ୍ରତୀକ୍ଷା ଗୃହ ରହିବ । ଯେଉଁଠି ଏକାଧିକ ବୁଥ୍‌ ହୋଇଥିବ ସେଠାରେ ଏହି ମଡେଲ୍ ବୁଥ୍‌ କରାଯିବ । ଭିନ୍ନକ୍ଷମଙ୍କ ପାଇଁ ହୁଇଲ୍‌ ଚେୟାର, ଭୋଟରଙ୍କୁ ସ୍ବାଗତ କରିବା ପାଇଁ ସାମିଆନା ରହିବ । ଭୋଟରଙ୍କ ସହାୟତା ପାଇଁ ହେଲ୍‌ପ ଡେସ୍କ ଖୋଲାଯିବ । ଯୁବ ଭୋଟରଙ୍କୁ ଆକୃଷ୍ଟ କରିବା ପାଇଁ ସେଲ୍‌ଫି ଜୋନ୍ ରହିବ । ଏହି ମଡେଲ୍‌ ବୁଥ୍‌ ପାଇଁ ବୁଥ୍‌ ପିଛା ୧୦ହଜାର ଟଙ୍କା ଲେଖାଏଁ ଦିଆଯିବ ବୋଲି ନିଷ୍ପତ୍ତି ହୋଇଛି ।

Leave a Reply

Your email address will not be published. Required fields are marked *