ସାମାଜିକ ସୁରକ୍ଷା ଯୋଜନା ବାଟବଣା: ୧୬୮୮ ଆବେଦନ ବିଚାରଧୀନ

ଜୟପୁର : ବୃଦ୍ଧ, ବୃଦ୍ଧା, ବିଧବା, ଦିବ୍ୟାଙ୍ଗ, ଏଚଆଇଭି ଆକ୍ରାନ୍ତ, ବେସାହାରା ମହିଳାଙ୍କୁ ସାମାଜିକ ସୁରକ୍ଷା ଯୋଜନାରେ ତୁରନ୍ତ ଭତ୍ତା ଓ ସରକାରୀ ସହାୟତା, ମୋକୁଡିଆ, ବିଜୁ ପକ୍କାଘର ଓ ପ୍ରଧାନମନ୍ତ୍ରୀ ଆବସ ଯୋଜନାରେ ଘର ଯୋଗାଇବାକୁ ସରକାରୀ ନିର୍ଦ୍ଦେଶ ରହିଛି । ଏପରିକି ଏମାନଙ୍କୁ ମୁଣ୍ତ ଗୁଜି˚ବାକୁ ଘର, ଖାଇବା ପାଇଁ ଅଙ୍ଗନଵାଡୀ କେନ୍ଦ୍ରରେ ଜରୁରୀ ରନ୍ଧାଖାଦ୍ୟ ଦେବା ଏବ˚ ଡାକ୍ତରଖାନାରେ ସ୍ବାସ୍ଥ୍ୟ ପରୀକ୍ଷା କରାଇବା, ରାସନକାର୍ଡ ଦେବା ଭଳି କେତେ ନିୟମ ସରକାର କରିଛନ୍ତି । ଏହି ସବୁ ନିୟମକୁ ସରକାରୀ ବାବୁମାନେ ଦଳି ମକଚି ଦେଇଛନ୍ତି । ଏଯାଏଁ ୧୬୮୮ ଆବେଦନ ବିଚାରାଧୀନ ଥିବା ଏହାକୁ ସ୍ପଷ୍ଟ କରିଛି ।

ଏହି ସବୁ ଯୋଜନାକୁ ବୋଝ ଭଳି ଭାବୁଛନ୍ତି । ଜୟପୁର  ବ୍ଲକର କଂଗା ପ˚ଚାୟତର ୬୭ ବର୍ଷର ଧବୁଳୁ ମୁଦୁଲି, ୬୫ ବର୍ଷର ଚମ୍ପା ମୁଦୁଲି, ୭୦ ବର୍ଷର ପୁର୍ଣ୍ଣ ରଣା ବାରମ୍ବାର ଆବେଦନ କରିବା ପରେ ବି ବାର୍ଦ୍ଧକ୍ୟ ଭତ୍ତା ପାଇବାରୁ ବଂଚିତ। ତା ସହ ମୁଣ୍ଡ ଗୁଜିଂବାକୁ ଘର ଖଣ୍ଡିକ ବି ମିଳିପାରିନି । ଏହି ଗାଁର ୧୯ ବର୍ଷର ଝିଅ ଜେମା ରଣା ଗତ ୪ ବର୍ଷ ତଳେ ଜୟପୁର ସହରକୁ ଆସି କାଜୁ ମିଲରେ କାମ କରି ପରିବାରର ପ୍ରତିପୋଷଣ କରି ଆସୁଥିଲା । ତେବେ ଅଚାନକ ଭାବେ ସେ ନିଜର ଦୁଇଟି ଆଖିର ଦୃଷ୍ଟି ଶକ୍ତି ହରାଇବା ପରେ ଏବେ ସେ କାମ ଧନ୍ଦା କିଛି କରିପାରୁ ନାହାନ୍ତି । ଏବେ ତାଙ୍କ ପରିବାର ଭୋକ ଉପବାସରେ ଦିନ ଅତିବାହିତ କରୁଛନ୍ତି । ଏମାନେ ସବୁ  ଭତ୍ତା ପାଇଁ ଆବେଦନପତ୍ର ୪ ବର୍ଷ ତଳେ ‌ଦାଖଲ କରିଥିଲେ ।

ଏହା ବାଦେ ବି ହଜିଯାଇଥିବା ବାହନା କରାଯାଉଛି ବୋଲି ଏମାନେ ଅଭିଯୋଗ କରିଛନ୍ତି । ଏହି ଚାରିଜଣଙ୍କ ଭଳି ଜୟପୁର ଉପଖଣ୍ଡରେ ୧୦୪୯ ଜଣ ଆବେଦନକାରୀ ପାଇ ନଥିବା ସୂଚନା ମିଳିଛି । ଏହା ବଦଳରେ ଖାଲି ମାତ୍ର ୩୫୩ ରହିଛି । ଜୟପୁର ପୌରାଂଚଳରେ ଜାତୀୟ ସାମାଜିକ ସୁରକ୍ଷା ଯୋଜନା(ଏନଏସଏପି)ରେ ୪୨୬୪ ଜଣ ଓ ମଧୁବାବୁ ପେନସେନ୍ ଯୋଜନା(ଏମବିପିୱାଇ)ରେ ୪୨୧୧ ଜଣ ଭତ୍ତା ପାଉଛନ୍ତି । ୫୩୩ ଜଣଙ୍କ ଆବେଦନପତ୍ର ବିଚାରାଧୀନ ରହିଥିବା ବେଳେ, ୫୩ ଜଣଙ୍କୁ ଦେବା ପାଇଁ ଖାଲି ରହିଥିବା ସୂଚନା ମିଳିଛି । ସେଭଳି ଜୟପୁର ବ୍ଲକରେ ଏନଏସଏପିର ବିଭିନ୍ନ ଭତ୍ତା ଯୋଜନାରେ ୬ ହଜାର ୭୧୨ ଜଣ ଓ ଏମବିପିୱାଇର ବିଭିନ୍ନ ଯୋଜନାରେ ୬ ହଜାର ୬୫୨ ଜଣ ଭତ୍ତା ପାଉଥିବା ବେଳେ ୧୦୬ଟି ଆବେଦନପତ୍ର ବିଚାରାଧୀନ ଥିବାବେଳେ, ୬୦ଟି ଖାଲି ରହିଥିବା ସୂଚନା ମିଳିଛି ।

ଜୟପୁର ଉପଖଣ୍ଡରରେ ଏନଏସଏପିର ବିଭିନ୍ନ ଭତ୍ତା ଯୋଜନାରେ ୪୫ ହଜାର ୩୨୦ ଜଣ ଓ ଏମବିପିୱାଇର ବିଭିନ୍ନ ଯୋଜନାରେ ୩୯ ହଜାର ୯୭ ଜଣ ଭତ୍ତା ପାଉଥିବା ବେଳେ, ୧୦୪୯ଟି ଆବେଦନପତ୍ର ବିଚାରାଧୀନ ଥିବାବେଳେ, ୩୪୯ଟି ଖାଲି ରହିଥିବା କହିଛନ୍ତି ଉପଖଣ୍ଡ ସମାଜ ସୁରକ୍ଷା ଅଧିକାରୀ ସୌଧାମିନୀ ପ୍ରଧାନ । କେନ୍ଦ୍ର ଓ ରାଜ୍ୟ ସରକାର ନୂଆ ଟାର୍ଗେଟ ଦେଉନଥିବାରୁ ଆବେଦନକାରୀଙ୍କୁ ଦେଇ ହେଉନି । ଏବେ ଆବେଦନପତ୍ର ଅନଲାଇନରେ କରାଯାଉଛି । କୌଣସି ହିତାଧିକାରୀଙ୍କର ମୃତ୍ୟୁ ହେଲେ ଖାଲି ପଡ଼ୁଥିବା ସ୍ଥାନ ତୁରନ୍ତ ପୁରଣ କରାଯାଉଛି ବୋଲି କହିଛନ୍ତି ଏସଏସଏସଓ ।

Leave a Reply

Your email address will not be published. Required fields are marked *