ଗୁରୁଡ଼ିଝାଟିଆ : ରାଜ୍ୟରେ କାର୍ଯ୍ୟରତ ସାମ୍ବାଦିକମାନଙ୍କୁ ବିଭିନ୍ନ ସ୍ଥାନରେ ଆକ୍ରମଣ ହେଉଛି । ଏହି ଧାରା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । କର୍ତ୍ତବ୍ୟ ସଂପାଦନ ସମୟରେ କେତେବେଳେ ମଧ୍ୟ ଜୀବନ ଚାଲିଯାଉଛି । ଏଭଳି ସ୍ଥିତିରେ ସାମ୍ବାଦିକମାନଙ୍କ ଜୀବନ ସଂପୂର୍ଣ୍ଣ ବିପଦପୂର୍ଣ୍ଣ ହୋଇପଡ଼ିଛି । ସାମ୍ବାଦିକ ସୁରକ୍ଷା ଆଇନ ପ୍ରଣୟନ କରିବା ପାଇଁ କଟକ ଜିଲ୍ଲା ସାମ୍ବାଦିକ ସଂଘ ପକ୍ଷରୁ ଜିଲ୍ଲା ସଭାପତି ଲଲାଟେନ୍ଦୁ ସେନାପତି, ଆଠଗଡ଼ ସବଡିଭିଜନ ସାମ୍ବାଦିକ ସଂଘ ସଭାପତି ସଚ୍ଚିଦାନନ୍ଦ ପଣ୍ଡା, ଉପସଭାପତି ସର୍ବେଶ୍ୱର ପଣ୍ଡା, ବିଜୟ କୁମାର ନାୟକ, ସନ୍ତୋଷ କୁମାର ବାରିକ ପ୍ରମୁଖ ଆଠଗଡ଼ର ମାଧବପୁର ଠାରେ ଲୋକ ସେବକ ମଣ୍ଡଳ ଓଡ଼ିଶାର ସଭାପତି ପଣ୍ଡିତ ନିରଞ୍ଜନ ରଥଙ୍କ ଉପସ୍ଥିତିରେ ମହାମହୀମ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି ।
