କଳାପଥର : ତ୍ରି-ସ୍ତରୀୟ ପଂଚାୟତ ନିର୍ବାଚନର ଶେଷ ପର୍ଯ୍ୟାୟରେ ବାଙ୍କୀ ନିର୍ବାଚନ ମଣ୍ଡଳୀର ବାଙ୍କୀ ୩ ଗୋଟିଜିଲ୍ଲା ପରିଷଦ ଆସନ ସମେତ ୨୦ ଗୋଟି ପଂଚାୟତରେ ଭୋଟ୍ଗ୍ରହଣ ଅନୁଷ୍ଠିତ ହୋଇଥିଲା । ତେବେ ଏହି ନିର୍ବାଚନକୁ ନେଇ କେତେକ ସ୍ଥାନରେ ନିର୍ବାଚନୀ ହିଂସା ସୃଷ୍ଟି ହୋଇଥିବା ଜଣାପଡ଼ିଛି । ବିଭିନ୍ନ ସ୍ଥାନରେ ଉଭୟ ବିଜେଡି ଓ କଂଗ୍ରେସ ସମର୍ଥକଙ୍କ ମଧ୍ୟରେ ମାରପିଟ ସହିତ ମାରଣାସ୍ତ୍ରରେ ଆକ୍ରମଣ ହୋଇଥିବା ଜଣାପଡ଼ିଛି । କଳାପଥର ଗ୍ରାମପଂଚାୟତରେ ମଧ୍ୟ ଉଭୟ ବିଜେଡି ଓ କଂଗ୍ରେସ ସମର୍ଥକଙ୍କ ମଧ୍ୟରେ ପ୍ରଥମେ କଥାକଟି ଓ ପରେ ମାରଣାସ୍ତ୍ରରେ ଆକ୍ରମଣ ହୋଇଥିବା ବେଳେ ଘଟଣାରେ ୬ ଜଣ ଆହତ ହୋଇଥିବା ଜଣାପଡ଼ିଛି । ସେମାନଙ୍କ ମଧ୍ୟରୁ ଗୁରୁତର ଥିବା ଜଣେ ଯୁବକଙ୍କୁ ଖୋର୍ଦ୍ଧା ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଛି ।
