ବିଦ୍ୟୁତ ବିଲ୍ ପୈଠ କରିବାରେ ଅବହେଳା ହେତୁ ଅନ୍ଧକାର ହୋଇପାରେ ବ୍ରହ୍ମପୁର ସହର

ବ୍ରହ୍ମପୁର :  17 ତାରିଖରୁ ବ୍ରହ୍ମପୁର ସହର ହୋଇପାରେ ଅନ୍ଧାର । ଦୀର୍ଘ ବର୍ଷ ଧରି ବ୍ରହ୍ମପୁର ମହାନଗର ନିଗମ କର୍ତ୍ତୃପକ୍ଷ ବିଦ୍ୟୁତ ବିଲ୍ ପୈଠ କରିବାରେ ଅବହେଳା କରି ଆସୁଛି ।  ଯାହାର ପରିଣାମ ଏବେ ସହରବାସୀ  ଭୋଗିବାକୁ ଯାଉଛନ୍ତି ।

ବିଦ୍ୟୁତ୍ ବିଭାଗ ତରଫରୁ ବାକି ଥିବା ୭ କୋଟି ୬୫ ଲକ୍ଷ ଟଙ୍କା ନଦେଲେ ୧୭ ତାରିଖ ସନ୍ଧ୍ୟାରେ ଲାଇନ କାଟି ଦିଆଯିବ ବୋଲି ଟାଟା ପାୱାର କର୍ତ୍ତୃପକ୍ଷ ଚେତାବନୀ ଦେଇଛନ୍ତି ।

ଫଳରେ ୧୬, ୫୦୦ରୁ ଉର୍ଦ୍ଧ୍ୱ ଷ୍ଟ୍ରିଟ ଲାଇଟ୍ ବନ୍ଦ ହେବା ସହ ରେଶମ ସହର ଅନ୍ଧାର ହୋଇଯିବ ବୋଲି ଅଶଙ୍କା କରାଯାଇଛି । ପୂର୍ବରୁ ସାଉଥ୍ ଆଉ‌ ବର୍ତ୍ତମାନ ଟାଟା ପାୱାର ଓଡ଼ିଶା ଟିପିଏସଓ ଡିଏଲ୍ ପକ୍ଷରୁ ବାରମ୍ବାର ନିଗମ କର୍ତ୍ତୃପକ୍ଷଙ୍କୁ ବକେୟା ବିଦ୍ୟୁତ ବିଲ୍‌ ପୈଠ କରିବାକୁ ନୋଟିସ୍ ଦିଆଯାଇଥିଲା ।

ତଥାପି ନିଗମ କର୍ତ୍ତୃପକ୍ଷ ଗୁରୁତ୍ଵ ଦେଇନାହାଁନ୍ତି । ଏନେଇ ଗତ ୨ ତାରିଖରେ ଟିପିଏସ୍‌ଓ ଡିଏଲ୍‌ ୧୫ ଦିନିଆ ନୋଟିସ୍ ଦେଇଛି ।  ବିଲ୍ ନଦେଲେ ଷ୍ଟ୍ରିଟ ଲାଇଟରୁ ଲାଇନ କାଟି ଦିଆଯିବ ବୋଲି କୁହାଯାଇଛି ।

Leave a Reply

Your email address will not be published. Required fields are marked *