କୁଚିଣ୍ଡା : ପାଣି ପିଇବାକୁ ଆସି କାଦୁଅରେ ଫଶିଗଲା ହାତୀ ଛୁଆ । ବାମରା ବନଖଣ୍ଡ କୁଚିଣ୍ଡା ବନ୍ୟ ପ୍ରାଣୀ ବନାଞ୍ଚଳ ବେଦଝରନ ଜଙ୍ଗଲ ନିକଟ ନାଳକୁ ପାଣି ପିଇବାକୁ ଯାଉଥିବା ବେଳେ, କାଦୁଅ ଖାତରେ ଶିଶୁ ହାତୀ ପଡି ଯାଇଥିବା ଦେଖିବାକୁ ମିଳିଛି l ଯେତେ ଚେଷ୍ଟା କଲେ ମଧ୍ୟ ସେ ସେଠାରୁ ବାହାରି ପରି ନଥିଲା । ସହଯୋଗୀ ହାତୀମାନେ ମଧ୍ୟ୍ୟ ତାକୁ ବାହାର କରିବାକୁ ଚେଷ୍ଟା କରିବା ସତ୍ତ୍ୱେ ପାରିନଥିଲେ l ହାତୀଟିର ବୟସ ପ୍ରାୟ ୬ ମାସରୁ ୧ ବର୍ଷ ହେବ ବୋଲି ବନ ବିଭାଗ ଅନୁମାନ କରିଛି । ଗତକାଲି ଠାରୁ ହାତୀଟି ଏଠାରେ ପଡିଥିବା ବେଳେ ଖବର ପାଇ ବନ ବିଭାଗ ହାତୀକୁ ଉଦ୍ଧାର ପାଇଁ ଚେଷ୍ଚା ଆରମ୍ଭ କରିଥିଲା l ଗ୍ରାମବାସୀ ମଧ୍ୟ ଶିଶୁ ହାତୀକୁ ଉଦ୍ଧାର ପାଇଁ ଲାଗିପଡିଥିଲେ l ସମସ୍ତଙ୍କ ଉଦ୍ୟମରେ ହାତୀ ଉଦ୍ଧାର ହୋଇଥିବା ବେଳେ ଉଦ୍ଧାର ପରେ ଶିଶୁ ହାତୀଟି ଜଙ୍ଗଲ ପଟକୁ ଦୌଡ଼ି ପଳେଇ ଥିବା ଦେଖିବାକୁ ମଳିଛି l
