ଦୀର୍ଘ ୧୦ ବର୍ଷ ପରେ ଭୋଟ ଦେବେ ସ୍ୱାଭିମାନ ଅଞ୍ଚଳ ବାସିନ୍ଧା

ମାଲକାନଗିରି : ରାଜ୍ୟରେ ପଞ୍ଚାୟତ ନିର୍ବାଚନକୁ ନେଇ ସରଗରମ ଗାଁ ରାଜନୀତି । ଗୋଟିଏ ପରେ ଗୋଟିଏ ପର୍ଯ୍ୟାୟ ମତଦାନ ସରିଥିବାବେଳେ, ଆସନ୍ତାକାଲି ହେଉଛି ଚତୁର୍ଥ ପର୍ଯ୍ୟାୟ ମତଦାନ । ଦୀର୍ଘ ୧୦ ବର୍ଷ ପରେ ଭୋଟ ଦେବେ ସ୍ୱାଭିମାନ ଅଞ୍ଚଳ ବାସିନ୍ଧା ।  ଆସନ୍ତାକାଲି ପଞ୍ଚମ ପର୍ଯାୟ ନିର୍ବାଚନ ହେବାକୁ ଥିବାବେଳେ, ଉତ୍ସାହିତ ଅଛନ୍ତି ସ୍ୱାଭିମାନ ଅଞ୍ଚଳବାସୀ । ମାଓ ଭୟ ଯୋଗୁଁ ଦୀର୍ଘ ୧୦ ବର୍ଷ ହେଲା ଏଠାରେ କୌଣସି ନିର୍ବାଚନ ହୋଇପାରିନଥିଲା । କିନ୍ତୁ ସୁରକ୍ଷା ବାହିନୀର ଆପ୍ରାଣ ଉଦ୍ୟମ ଯୋଗୁଁ ଏବେ ସେଠାକାର ଚିତ୍ର ବଦଳିଛି । ଏବେ ଗଣତନ୍ତ୍ରର ମହୋତ୍ସବରେ ସାମିଲ ହେବାକୁ ଯାଉଛନ୍ତି ସ୍ୱାଭିମାନ ଅଞ୍ଚଳର ୯ଟି ପଞ୍ଚାୟତର ୧୫୧ ଖଣ୍ଡ ଗାଁ ।

Leave a Reply

Your email address will not be published. Required fields are marked *