ଚାନ୍ଦବାଲି : ଭଦ୍ରକ ଜିଲ୍ଲା ଧାମରା ମେରାଇନ ଥାନା ଅନ୍ତର୍ଗତ ଜାଗୁଳା ପଂଚାୟତରେ ରାଜନୈତିକ ହିଂସା । ଜାଗିଳା ପଂଚାୟତରେ ଦେଖିବାକୁ ମିଳିଛି ଏହି ଘଟଣା । ଅଡାବନ୍ଦ ଗାଁରେ ଗ୍ରାମବାସୀମାନେ କୌଣସି ଏକ ନିର୍ଦ୍ଧିଷ୍ଟ ଦଳକୁ ଭୋଟ ନ ଦବାରୁ ଉତକ୍ଷିପ୍ତ ହୋଇ ପୂର୍ବତନ ସରପଂଚ ପ୍ରାର୍ଥୀ ସୁରେଶ ମାହୁନ୍ତ ଓ ତାଙ୍କର ସମର୍ଥକମାନେ ଅନ୍ୟ ଏକ ଦଳର କର୍ମୀମାନଙ୍କୁ ଆକ୍ରମଣ କରିଥିଲେ । ଏହି ଆକ୍ରମଣରେ ଉଭୟ ପକ୍ଷରୁ ୧୫ ଜଣ ବ୍ୟକ୍ତି ଆହତ ହେବା ସହ ୩ ଜଣ ଗୁରୁତର ହୋଇଛନ୍ତି । ଆହତମାନଙ୍କୁ ପ୍ରଥମେ ଧାମରା ମଡିକାଲ ଓ ପରେ ଭଦ୍ରକ ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି । ଘଟଣା ସ୍ଥଳରେ ଚାନ୍ଦବାଲି ଏସଡିପିଓ ଓ ମେରାଇନ ଥାନା ଅଧିକାରୀ ପହଂଚି ସ୍ଥିତି ଉପରେ ନଜର ରଖିବା ସହ ତଦନ୍ତ ଆରମ୍ଭ କରିଛନ୍ତି ।
