‘ପ୍ରାଥମିକ ଶିକ୍ଷକ ନାହିଁ, ଭୋଟ୍ ନାହିଁ’ , ବାଲାଟ ପେପରରେ ଏମିତି ଲେଖିଲେ ଭୋଟର

ସମ୍ବଲପୁର : ପ୍ରାଥମିକ ଶିକ୍ଷକ ନାହିଁ, ଭୋଟ୍ ନାହିଁ । ବାଲାଟ ପେପରରେ ଏମିତି ଲେଖିଲେ ଭୋଟର । ନୋଟା ବିକଳ୍ପ ନଥିବାରୁ କୌଣସି ପ୍ରାର୍ଥୀଙ୍କୁ ମୋହର ନମାରି କେବଳ ଧାଡିଏ ଲେଖି ଭୋଟ୍ ଦେବା ସହ ବାଲାଟ ପେପରକୁ ସାମାଜିକ ଗଣମାଧ୍ୟମରେ ଭାଇରାଲ କରିଛନ୍ତି । ସମ୍ବଲପୁର ଜିଲ୍ଲା ନାକଟିଦେଉଳ ବ୍ଲକରେ ଶୁକ୍ରବାର ନିର୍ବାଚନ ହେଉଥିବା ବେଳେ ଜୋନ୍ ୨ରୁ ଆସିଛି ଏମିତି ଚିତ୍ର । ଜୋନ୍ ୨ରେ ତିନି ପ୍ରମୁଖ ଦଳ ବିଜେଡି, ବିଜେପି ଓ କଂଗ୍ରେସର ୩ ଜଣ ପ୍ରାର୍ଥୀ ଥିବାବେଳେ ନୋଟାରେ ଭୋଟ୍ ଦେବା ପାଇଁ ବିକଳ୍ପ ନଥିଲା । ତେବେ ଅଞ୍ଚଳରେ ପ୍ରାଥମିକ ଶିକ୍ଷକଙ୍କ ଅଭାବକୁ ଭୋଟର ବାଲାଟ ମାଧ୍ୟମରେ ପ୍ରତିବାଦ କରିବାକୁ ଚାହିଁଥିଲେ । ତେବେ ବାଲାଟରେ ଏଭଳି ଲେଖି ଭାଇରାଲ କରିଛନ୍ତି ।

Leave a Reply

Your email address will not be published. Required fields are marked *