ଗଜପତି : ଗଜପତିରେ ବଢ଼ିଚାଲିଛି ବେଆଇନ ଗଞ୍ଜେଇ ଚାଷ। ପୁଣି କୋଟି କୋଟି ଟଙ୍କାର ଗଞ୍ଜେଇ ନଷ୍ଟ କଲା ପୋଲିସ। ଅଡ଼ବା ପୋଲିସ୍, ଅବକାରୀ ବିଭାଗ, ବନବିଭାଗ, ଏବଂ ରାଜସ୍ୱ ବିଭାଗର ମିଳିତ ଉଦ୍ୟମରେ ରେଣୁ ଗ୍ରାମାଞ୍ଚଳରେ ଚଢ଼ାଉ କରଯାଇଥିଲା । ଚଢ଼ାଇଉ ସମୟରେ ପ୍ରାୟ ୧୦୨ ଏକର ଜମିରେ ଚାଷ କରାଯାଇଥିବା ୨ ଲକ୍ଷ ୨ ହଜାର ୬୨୦ ଟି ଗଞ୍ଜେଇ ଗଛକୁ କାଟିବା ସହ ଜାଳି ପୋଡ଼ି ନଷ୍ଟ କରାଯାଇଛି । ଏନେଇ ଥାନାରେ ମାମଲା ରୁଜୁ କରାଯାଇଛି । ନଷ୍ଟ କରାଯାଇଥିବା ଗଞ୍ଜେଇର ଆନୁମାନିକ ବଜାର ମୂଲ୍ୟ ୨କୋଟି ୨୬ ଲକ୍ଷ ୨୦ ହଜାର ଟଙ୍କା ହେବ ବୋଲି ସୂଚନା ଦେଇଛନ୍ତି ଅଡ଼ବା ଥାନା ଅଧିକାରୀ ଆନନ୍ଦ ଚରଣ ପାତ୍ର ।
