ମନ୍ତ୍ରୀଙ୍କୁ ଘାରିଲା ଅଣ୍ଡା ମାଡ଼ ଭୟ, ସଭାରେ ଉପସ୍ଥିତ ଅଙ୍ଗନବାଡ଼ି ଓ ଅନ୍ୟ ମହିଳାଙ୍କ ବ୍ୟାଗ ଯାଞ୍ଚ କଲେ ଦାରିଙ୍ଗବାଡି ପୁଲିସ

କନ୍ଧମାଳ : ମନ୍ତ୍ରୀ ଅଶୋକ ପଣ୍ଡାଙ୍କୁ ଘାରିଲା ଅଣ୍ଡା ମାଡ଼ ଭୟ। ସଭାରେ ଉପସ୍ଥିତ ଅଙ୍ଗବାଡ଼ି କର୍ମୀଙ୍କ ବ୍ୟାଗ ଯାଂଞ୍ଚ କଲେ ସୁରକ୍ଷା ଅଧିକାରୀ।  କନ୍ଧମାଳ ଦାରିଙ୍ଗବାଡ଼ି ବ୍ଲକ ପରିସରରେ ଅନୁଷ୍ଠିତ ହେବାକୁ ଥିବା ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ସ୍ମାର୍ଟ କାର୍ଡ ବିତରଣ କେନ୍ଦ୍ରରେ ଏଭଳି କିଛି ଘଟଣା ଦେଖିବାକୁ ମିଳିଛି ।  ସଭା ସ୍ଥଳର ଚୌକିରେ ବସିଥିବା ଅଙ୍ଗନବାଡ଼ି ଓ ଅନ୍ୟ ମହିଳାଙ୍କ ବ୍ୟାଗ  ତନ ତନ ଯାଞ୍ଚ କରିଛି ଦାରିଙ୍ଗବାଡି ପୁଲିସ ।

Leave a Reply

Your email address will not be published. Required fields are marked *