ବାଲି ଠିକାଦାରଙ୍କ ମନମୁଖୀ କାର୍ଯ୍ୟ ବିରୁଦ୍ଧରେ ବଣାଇ ରେ ଜନ ଅସନ୍ତୋଷ

ବଣାଇ : ଵଣାଇ ତହସିଲ ଅନ୍ତର୍ଗତ ବ୍ରାହ୍ମଣୀ ନଦୀ ପଠାର ଉପୂର୍ଡା ମୌଜାରେ ଥିବା ବାଲି ଘାଟ କୁ ନେଇ ଆଜକୁ ପ୍ରାୟ ସପ୍ତାହେ ହେବ ଵଣାଇ ରେ ଜନ ଅସନ୍ତୋଷ ଲାଗି ରହିଥିବା ଦେଖାଯାଇଛି । ଘଟଣା ରୁ ପ୍ରକାଶ ଯେ ଚଳିତ ବର୍ଷ ବଣାଇ ତହସିଲ ପକ୍ଷରୁ ବାଲିଘାଟ ନିମନ୍ତେ ନିଲାମିରେ ଭାଗନେଇ ବାଲାଜୀ ଟ୍ରେଡର ନାମକ ଏକ ସଂସ୍ଥା ତାହାକୁ ହାତେଇ ଥିବା ବେଳେ, ଗତ କିଛି ଦିନ ହେବ, ବଣାଇ ର ସ୍ଥାନିୟ ଗାଡ଼ି ମାଲିକମାନଙ୍କୁ ଉପେକ୍ଷା କରିବା ସହିତ, ବାଲି ଉପରେ ତାଙ୍କର ମନମୁଖୀ ଦର ନିର୍ଧାରଣ କରୁଥିବା ଅଭିଯୋଗ ହେଉଛି । ତା ସହିତ ପରିବହନ କାରୀ ଗାଡ଼ିଗୁଡ଼ିକୁ ମଧ୍ୟ ଟ୍ରାନଜିଟ୍ ପରମିଟ୍ ମିଳୁନଥିବା ଜଣାପଡିଛି ।

ଵଣାଇ ରେ ଘରୋଇ କାର୍ଯ୍ୟ ସହିତ ସମସ୍ତ ଉନ୍ନୟନ ମୂଳକ କାର୍ଯ୍ୟରେ ବାଧା ସୃଷ୍ଟି ହେଉଛି, ତେଣୁ ଏସବୁ ସମସ୍ୟାର ସମାଧାନ ଦାବିରେ ସପ୍ତାହେ ତଳେ ସ୍ଥାନୀୟ ଲୋକେ ଉପଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ କରିଥିଲେ ମଧ୍ୟ କୈାଣସି ସମାଧାନ ନହେବାରୁ, ଆଜି ସ୍ଥାନୀୟ ସରପଞ୍ଚ ଵସନ୍ତ କୁମାର ନାଏକ, ଏବଂ ଶ୍ରମିକ ନେତା ବାଣେଶ୍ୱର ସାହୁଙ୍କ ନେତୃତ୍ବରେ ଵଣାଇ ର ପରିବହନ କାରୀ ଗାଡ଼ି ମାଲିକଙ୍କ ସମେତ ବହୁସଂଖ୍ୟାରେ ଜନସାଧାରଣ ଉପଜିଲ୍ଲାପାଳଙ୍କ ଅଫିସ ସମ୍ମୁଖରେ ଆନ୍ଦୋଳନ କରିଥିବା ଦେଖିବାକୁ ମିଳିଛି ।

Leave a Reply

Your email address will not be published. Required fields are marked *