ସାନଖେମୁଣ୍ଡି : ଧାନବିଲରୁ ଦନ୍ତାହାତୀର ମୃତଦେହ ଠାବ । ଗଞ୍ଜାମ ଦିଗପହଣ୍ଡି ରେଞ୍ଜ ଚିକିଟି ସେକ୍ସନ ପନାଡ଼ ଗାଁ ନିକଟରେ ଠାବ ହୋଇଛି ମୃତଦେହ । ଘଟଣାସ୍ଥଳରେ ବନବିଭାଗ ଟିମ୍ ପହଞ୍ଚି ଛାନ୍ଭିନ୍ ଜାରି ରଖିଛି ।
ଖବର ଅନୁଯାୟୀ, ମଙ୍ଗଳବାର ରାତିରେ ବନବିଭାଗର ଏକ ଟିମ୍ ପାଟ୍ରୋଲିଂ କରୁଥିବା ସମୟରେ ଦନ୍ତାହାତୀର ମୃତଦେହ ଠାବ କରିଥିଲେ । ଜଙ୍ଗଲରେ ହାତୀର ମୃତଦେହ ପଡିଥିବାର ଦେଖିବାକୁ ପାଇଥିଲେ ବନବିଭାଗର କର୍ମଚାରୀ । ଏହାପରେ ତଦନ୍ତ ଆରମ୍ଭ କରିଛି ବନବିଭାଗ । କେଉଁ ପରିସ୍ଥିତିରେ ହାତୀର ମୃତ୍ୟୁ ହୋଇଛି । ତାର ଛାନ୍ଭିନ୍ ଆରମ୍ଭ କରିଛି ଦିଗପହଣ୍ଡି ବନବିଭାଗ ଟିମ୍ ।
