ନକଲି ଗୁଟଖା କାରଖାନା ଠାବ

କୋରାପୁଟ : ନକଲି ଗୁଟଖା କାରଖାନା ଠାବ । କୋରାପୁଟ ଜିଲ୍ଲା ସେମିଳିଗୁଡା-ଦାମନଯୋଡି ରାସ୍ତାରୁ ଠାବ କଲା ସେମିଳିଗୁଡା ପୋଲିସ । ଚଢାଉ ବେଳେ ୫୦ଲକ୍ଷ ଟଙ୍କାର ଗୁଟଖା ଜବତ ହୋଇଛି । ଜଣେ ଅଭିଯୁକ୍ତକୁ ପୋଲିସ ଗିରଫ କରିଛି । ଗିରଫ ବ୍ୟକ୍ତିଙ୍କ ଘର ହାଇଦ୍ରାବାଦରେ ବୋଲି ସୁନାବେଡା ଏସଡିପିଓ ମନୋଜ କୁମାର ବେହେରା ସୂଚନା ଦେଇଛନ୍ତି । ତେବେ ଗୁଟଖା ତିଆରି ମେସିନ, ସରଞ୍ଜାମ, କେମିକାଲ, ଚୂନ ସମେତ ପ୍ରସ୍ତୁତ ନକଲି ଗୁଟଖା ପ୍ୟାକେଟ ଗୁଡିକୁ ଜବତ କରାଯାଇଛି । ପୋଲିସ ପକ୍ଷରୁ ଅଧିକ ତଦନ୍ତ ଜାରି ରହିଛି ।

Leave a Reply

Your email address will not be published. Required fields are marked *