ସାଲେପୁର : ବେଅଇନ ପଥର ଓ ବାଲି ବୋଝଝେଇ ହାଇୱା ଜବତ । କଟକ ଜିଲ୍ଲା ସାଲେପୁର ତହସିଲ ଅଧିନରେ ଥିବା ବିଭିନ୍ନ ସ୍ଥାନମାନଙ୍କରେ ଚଢାଉ କରି ଏନଫୋର୍ସମେଂଟ ଟିମର ଚଢାଉ ବେଳେ ୮ ଟି ହାଇୱା ଜବତ ହୋଇଛି ।
ଖବର ଅନୁଯାୟୀ, କଟକ ଜିଲ୍ଲା ସଲେପୁରର ବିଭିନ୍ନ ସ୍ଥାନମାନଙ୍କରେ ବେଆଇନ ଭାବେ ବାଲି ଚାଲାଣ ହେଉଛି । ଯାହାର ଖବର ପାଇ ଏନଫୋର୍ସମେଂଟ ଟିମ ଚଢାଉ କରିଥିଲା । ଏହି ଚଢାଉରେ ୬ ଟି ବାଲି ଓ ୨ ଟି ପଥର ବୋଝେଇ ହାଇୱା ଜବତ ହୋଇଛି । ସବୁ ଗାଡିକୁ ଜବତ କରି ଏନଫୋର୍ସମେଂଟ ଟିମ ତହସିଲଦାରଙ୍କ ଜିମା ଦେଇଛି । ଜବତ ସମସ୍ତ ଗାଡିର କାଗଜପତ୍ର ଯାଂଚ କରାଯାଉଥିବା ତହସିଲ ପକ୍ଷରୁ ସୂଚନା ମିଳିଛି ।
